Sun. Oct 18th, 2026

ମୋବାଇଲ୍‌ ଟ୍ରାକିଂର କମାଲ୍ : ଚୋରି କରିବାର ୧୦ ମିନିଟ୍‌ ଭିତରେ ଚୋରକୁ ଧରିଲା ପୁରୀ ପୁଲିସ୍‌

348 Views

ପୁରୀ: ସାଧାରଣତଃ ଚଳଚ୍ଚିତ୍ରର ଦୃଶ୍ୟଗୁଡ଼ିକରେ ଦେଖିବାକୁ ମିଳେ ଯେ ଚୋର ଗଲା ପରେ ହିଁ ପୁଲିସ୍‌ ଆସିଥାଏ। ମାତ୍ର ପୁରୀ ପୁଲିସ୍‌ ମୋବାଇଲ୍‌ ଟ୍ରାକିଂ ଜରିଆରେ ମାତ୍ର ୧୦ ମିନିଟ୍‌ ଭିତରେ ଚୋର ଧରି ନିଜର ପାରଙ୍ଗମତା ପ୍ରଦର୍ଶନ କରି ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି।

ଘଟଣାଟି ଏପରି, ଗତକାଲି ଠିକ ଦିନ ୧୧ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀ ସମୁଦ୍ରରେ ଗାଧୋଉଥିବା ସମୟରେ ତାଙ୍କ ବ୍ୟାଗ୍‌ ଓ ମୋବାଇଲ୍‌ ଚୋରି ହୋଇଥିଲା। ବ୍ୟାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଥିବାରୁ ଛାତ୍ରୀଜଣକ କାନ୍ଦି କାନ୍ଦି ସମୁଦ୍ରକୂଳ ଥାନାରେ ପହଁଚିଥିଲେ।

ଛାତ୍ରୀଙ୍କ ଅଭିଯୋଗ ପରେ ମୋବାଇଲ ନମ୍ବରକୁ ଆଧାର କରି ପୁଲିସ ଆରମ୍ଭ କରିଥିଲା ଛାନଭିନ୍‌। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ମାତ୍ର ୧୦ ମିନିଟ୍‌ ମଧ୍ୟରେ ପୁରୀ ରେଳବାଇ ଷ୍ଟେସନ ନିକଟରୁ ଚୋରକୁ ଧରିଥିଲା। ଚୋରଜଣକ ବୌଦ୍ଧ ଅଂଚଳର ହୋଇଥିବା ବେଳେ ତା ନିକଟରୁ ଚୋରି ହୋଇଥିବା ମୋବାଇଲ ଓ ବ୍ୟାଗ୍‌ ଜବତ ହୋଇଛି।

By amfnews

Related Post