Fri. Jul 3rd, 2026

ମୋବାଇଲରେ ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ, ବାପାଙ୍କ ମୁଣ୍ଡ, ଗୋଡ଼ ଓ ହାତ କାଟିଲେ ୨୫ ବର୍ଷୀୟ ପୁଅ

270 Views

ବେଲାଗାଭି  : ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ବାପାଙ୍କୁ ହତ୍ୟା କରିଛି ପୁଅ। ଏଭଳି ଚାଞ୍ଚଲ୍ୟକର ଖବର ମିଳିଛି କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ସିଦ୍ଧେଶ୍ବର ନଗରରୁ। ପ୍ରାପ୍ତ ସୂଚନା ଅନୁଯାୟୀ ଭୋର ୪ଟା ବେଳେ ରଘୁବୀର କୁମ୍ଭାର (୨୫) ନିଜର ମୋବାଇଲରେ ପବଜି ଗେମ ଖେଳୁଥିଲେ। ସେ ଜଣେ ଇଂଜିନିଅରିଂ ଡିପ୍ଲୋମା ଛାତ୍ର।

ଗତ ତିନି ବର୍ଷ ହେଲା ରଘୁବୀର ପରୀକ୍ଷାରେ ଫେଲ ହେଉଥିବା ଯୋଗୁଁ ବାପା ଶଙ୍କର ଦେବପ୍ପା କୁମ୍ଭାର(୬୧) ସବୁ ବେଳେ ଅଶାନ୍ତ ଥିଲେ। ପୁଅ ସବୁବେଳେ ପବଜିରେ ମାତୁଥିବା ହେତୁ ଅସନ୍ତୁଷ୍ଟ ଥିଲେ ଶଙ୍କର ଦେବପ୍ପା କୁମ୍ଭାର।ଭୋର ସମୟରେ ପୁଅ ମୋବାଇଲରେ ପବଜି ଗେମ ଖେଳୁଥିବାର ଦେଖି ଶଙ୍କରଙ୍କ ମୁଣ୍ଡ ଖରାପ ହୋଇଗଲା। ସେ ରାଗିଯାଇ ପୁଅ ରଘୁବୀର ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ।

ଏଥିରେ ଅପମାନିତ ବୋଧ କରି ରଘୁବୀର ବାପା ମାଆ ଶୋଇଥିବା ରୁମକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ବାପା ଶଙ୍କରଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାପରେ ସେ ବାପାଙ୍କର ହାତ ଓ ଗୋଡ଼କୁ ବି କାଟି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ରଘୁବୀର କୁମ୍ଭାରଙ୍କୁ ଗିରଫ କରିଥିବା ଜଣାଯାଇଛି।

By amfnews

Related Post