Sat. Sep 5th, 2026

ମୋଦିମୟ ହେଲା ଆମେରିକାର ହଷ୍ଟନ୍‌

307 Views

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସପ୍ତାହ ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଏହି ଅବସରରେ ଟେକସାସ୍‌ର ହଷ୍ଟନ୍‌ରେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ରହିଛି।  ସେଠାରେ ସେ ୫୦ ହଜାରରୁ ଅଧିକ ଭାରତୀୟ ବଂଶୋଭବଙ୍କୁ  ସମ୍ୱୋଧିତ କରିବେ। ମୋଦିଙ୍କ ଗସ୍ତକୁ ନେଇ ହଷ୍ଟନ୍‌ର  ପୂରା ପରିବେଶ ମୋଦିମୟ ହୋଇପଡ଼ିଛି। ରାସ୍ତାର ଦୁଇ ପାର୍ଶ୍ୱରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମର ପୋଷ୍ଟର ମରାଯାଇଛି।

ଏଥିସହ ରାଲି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି।  ଏଥିସହ ଗତକାଲି ହଷ୍ଟନ୍‌ରେ ଏକ କାର୍‌ ରାଲି ବାହାରିଥିଲା। ଏହି କାର୍‌ରେ ଭାରତ-ଆମେରିକା ପତାକା ସହ  ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଇଥିଲା। ମୋଦି ଆଜି ହଷ୍ଟନ୍‌ରେ ପହଞ୍ଚିବେ। ସେଠାରେ ସେ ଅନେକ ଉଦ୍ୟୋଗୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୂଚନା ଯୋଗ୍ୟ, ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ। ପ୍ରଥମ ଥର ପାଇଁ  ଏପରି ଏକ କାର୍ଯ୍ୟକ୍ରମରେ ଦୁଇ ଦେଶର ନେତା ସାମିଲ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଆମେରିକା ରାଷ୍ଟ୍ରପତି ଭାରତ ପାଇଁ ବଡ ଘୋଷଣା କରିପାରନ୍ତି। ରାଷ୍ଟ୍ରପତିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆମେରିକାର କେତେକ ସାଂସଦ ଓ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟିର କିଛି ନେତା ସାମିଲ ହୋଇପାରନ୍ତି।

By amfnews

Related Post