Sun. Aug 16th, 2026

ମୋଦିଙ୍କ ଗଡ଼ ଗୁଜୁରାଟରୁ ଆରମ୍ଭ ହେଲା କଂଗ୍ରେସର ପ୍ରଥମ ନିର୍ବାଚନ ପ୍ରଚାର, ସିଡବ୍ଲୁସିରେ ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ମହାସଚିବ ପ୍ରିୟଙ୍କା ଗାନ୍ଧୀ

255 Views

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରୁ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଅହମ୍ମଦାବାଦ୍‌ ଏବଂ ଗାନ୍ଧୀନଗରଠାରେ କଂଗ୍ରେସ କରିବାକୁ ଥିବା ପୂରା ଦିନିକିଆ ଦଳୀୟ ପ୍ରଚାରରେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଆଦର୍ଶର ନିର୍ବାଚନ ବାର୍ତ୍ତା ପ୍ରଦାନ କରିବ ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ, ଦଳକୁ ନିର୍ବାଚନ କୌଶଳ ବତାଇବା ପାଇଁ କଂଗ୍ରେସର ମହାସଚିବ ପ୍ରିୟାଙ୍କା ଗାନ୍ଧୀ ଭଦ୍ରା ପ୍ରଥମକରି ଆଜି କଂଗ୍ରେସ ଓ୍ଵାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ନିଜର ଅଭିଭାଷଣ ଦେବେ। ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଉପସ୍ଥିତ ହୋଇ ସାରିଛନ୍ତି।

ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ବିଶ୍ୱ ପ୍ରସିଦ୍ଧ ଦାଣ୍ଡି ଯାତ୍ରା ବି ଆଜିର ଦିନ, ଅର୍ଥାତ ମାର୍ଚ ୧୨ରେ ହୋଇଥିଲା। କଂଗ୍ରେସ ଏଥିପାଇଁ ଏହି ଦିନରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ୧୯୬୦ ମସିହା ମାର୍ଚ ୧୨ ତାରିଖରେ ଇଂଲଣ୍ଡ କର୍ତ୍ତୃପକ୍ଷଙ୍କ ବିରୋଧରେ ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ। ଯାହାକୁ ଦାଣ୍ଡି ସତ୍ୟାଗ୍ରହ ନାମରେ ଲୋକେ ଜାଣନ୍ତି।

ଗାନ୍ଧୀଙ୍କ ସମ୍ମାନରେ ଅହମ୍ମଦାବାଦରେ ଥିବା ଗାନ୍ଧୀଙ୍କ ଆଶ୍ରମରୁ କଂଗ୍ରେସ ପ୍ରାର୍ଥନା ସଭା ଆରମ୍ଭ କରି ଏକ ରୋଡ୍‌ କରିଥିବା ସୂଚନା ରହିଛି। ଏହି ରୋଡ୍‌ ସୋ’ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଆହୁରି ଅନେକ ନେତା ମିଶି ବସ୍‌ ଯୋଗେ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ପଟେଲ୍‌ ନେସନାଲ ମେମୋରିଆଲ୍‌ଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ପହଞ୍ଚି କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକରେ ଯୋଗ ଦେଇଛନ୍ତି।

By amfnews

Related Post