Thu. Oct 8th, 2026

ମେ’ ପହିଲାରେ ଭାରତରେ ପହଞ୍ଚିବ ରୁଷିଆ ଟିକା

316 Views

ନୂଆଦିଲ୍ଲୀ : ମେ’ ପହିଲାରେ ଭାରତରେ ପହଞ୍ଚିବ ରୁଷିଆ ଟିକା। ରୁଷିଆ ନିର୍ମିତ ସ୍ପୁଟନିକ–ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। ବଡ଼କଥା ହେଉଛି ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଥିବା ସମୁହ ଟିକାକରଣକୁ ଆହୁରି ବ୍ୟାପକ କରାଯିବ।

୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା। ପୂର୍ବରୁ କୋଭିସିଲ୍ଡ ଓ ଦେଶୀଟିକା କୋଭାକ୍ସିନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଥିବାବେଳେ ଗତ ୧୨ ତାରିଖରେ ରୁଷିଆ ନିର୍ମିତ ସ୍ପୁଟନିକ–ଭି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର। ତେଣୁ ଏହା ମେ’ ପହିଲାରୁ ହେବାକୁ ଥିବା ଟିକାକରଣରେ ସହାୟକ ହେବ।

By amfnews

Related Post