Sun. Apr 26th, 2026
274 Views

ଭୁବନେଶ୍ବର , ଡିସେମ୍ବର ୨୩ : ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଗସ୍ତର କାର୍ଯ୍ୟସୂଚୀ ଆପାତତଃ ଚୂଡ଼ାନ୍ତ ହୋଇଛି। ପାଖାପାଖି ୩ ଘଣ୍ଟା ମୋଦୀ ଓଡ଼ିଶାରେ ରହିବେ।

ଗସ୍ତସୂଚୀ ଅନୁଯାୟୀ ୨୪ ତାରିଖ ଅପରାହ୍ନ ୧ଟା ୫ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋ‌େଗ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର୍ ଯୋଗେ ଜଟଣୀସ୍ଥିତ ଆଆଇଟି ଅଭିମୁଖେ ଯିବେ। ୧ଟା ୪୦ରେ ଆଇଆଇଟି କ୍ୟାମ୍ପସ୍‌ରେ ହେବାକୁ ଥିବା ସରକାରୀ ସଭାରେ ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍‌କୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ।

ଆଇଆଇଟିରେ ୪୦ ମିନିଟ୍ ରହି ମୋଦୀ ବରୁଣେଇ ନିକଟରେ ମୁକୁନ୍ଦପ୍ରସାଦ ଗୋଶାଳା ପଡ଼ିଆ ଅଭିମୁଖେ କାର୍‌ରେ ଯିବେ। ସେଠାରେ ଦଳୀୟ ସମାବେଶରେ ଉଦ୍‌ବୋଧନ ଦେବେ। ସେହି ସଭାରେ ପ୍ରଧାନମନ୍ତ୍ରୀ ୪୫ ମିନିଟ୍ ରହି ପୁଣି ‌େହଲିକପ୍ଟର୍‌ରେ ଭୁବନେଶ୍ବର ବିମାବନ୍ଦରକୁ ଯିବେ। ୩ଟା ୫୫ରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ମାତ୍ର ୩ ଘଣ୍ଟା ପାଇଁ ଆସୁଥିଲେ ବି ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲିକପ୍ଟର୍‌ରେ ଜଟଣୀ ‌ଯିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଦୁଇଟି ସ୍ଥାନରେ କାର୍‌କେଡ୍‌ର ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ଏକ କାର୍‌କେଡ୍‌ ପ୍ରସ୍ତୁତ ରହିବା ସହ ଆଇଆଇଟି ନିକଟରେ ଏକ କାର୍‌କେଡ୍‌ ରହିବ। ଯଦି ମୋଦୀ ହେଲିକପ୍ଟର୍‌ରେ ନ ଯାଇ ରାସ୍ତାରେ ଯିବାକୁ ଚାହିଁବେ, ସେଥି ପାଇଁ ପୁଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

By amfnews

Related Post