Thu. May 14th, 2026

ମେସିନରେ ଚାପି ହୋଇ ଠିକା କର୍ମଚାରୀଙ୍କ ମୃତ୍ୟୁ

189 Views

ଅନୁଗୁଳ  : ଏନଟିପିସି ପାଉଁଶ ପୋଖରୀରେ ମାଟି ପୋତୁଥିବା ବେଳେ ଏକ ମେସିନରେ ଚାପି ହୋଇ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୁଳ ଜିଲ୍ଲାର କଣିହାଁ ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁର ରୁଲୁ ସାହୁ (୩୫) ବୋଲି ଜଣାପଡ଼ିଛି। ସେ ଏନଟିପିସି ପାଉଁଶ ପୋଖରୀରେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବେ ଅନେକ ଦିନ ହେବ କାମ କରୁଥିଲେ।

ଏହି ଖବର ପ୍ରଚାରିତ ହେବା ମାତ୍ର ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଓ ପାଲଲହଡା ବିଧାୟକ ମୁକେଶ ପାଳ ପହଞ୍ଚି ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ କଣିହାଁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଓ ତହସିଲଦାର ପତିତପାବନ ଦେବତା ଓ ଏନଟିପିସି କର୍ତ୍ତୃପକ୍ଷ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post