Mon. Oct 5th, 2026

ମେଡିକାଲ ନିକଟରୁ ୧୬ ଗ୍ରାମ ବ୍ରାଉନ ସୁଗର ଜବତ

253 Views

ଖୋର୍ଦ୍ଧା  : ଗତକାଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ପ୍ରାୟ ୧୬ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଛି ଖୋର୍ଦ୍ଧା ପୁଲିସ୍‌। ଜବତ ବ୍ରାଉନ୍‌ ସୁଗରର ଆନୁମାନିକ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ହେବ। ଏହି ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ମୁନା ଓରଫ ପ୍ରକାଶ ନାୟକ ।

ମୁନା ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ୩୦ ହଜାର ଟଙ୍କା ଜବତ କରାଯାଇଛି। ତା’ ନାଁରେ ବାଲେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ନିଶା ବେପାରରେ ସେ ଖୋର୍ଦ୍ଧା ଅଞ୍ଚଳର ଯୁବକଙ୍କୁ ନିୟୋଜିତ କରୁଥିବା ପୁଲିସ୍‌ କହିଛି। ଗତକାଲି ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍‌ ଚଢ଼ଉ କରି ଏହି ବ୍ରାଉନ୍‌ ସୁଗର ଜବତ କରିଥିଲା।

By amfnews

Related Post