Wed. Oct 14th, 2026

ମେଟ୍ରୋ ଟନେଲ ଖୋଳିବା ବେଳେ ଅଘଟଣ, ଜଣେ ଶ୍ରମିକ ମୃତ

205 Views

ମୁମ୍ୱାଇ : ମୁମ୍ୱାଇରେ  ମେଟ୍ରୋ ରେଳ ନିର୍ମାଣ କାର୍ଯ୍ୟ ବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି।  ଟନେଲ ଖୋଳିବା ସମୟରେ ପଥରର ଏକ ବଡ଼ ଖଣ୍ଡ ଖସିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଏଥିସହ  ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟନେଲକୁ ଖୋଳିବା ବେଳେ ଏକ ବଡ଼ ପଥରର କିଛି ଭଙ୍ଗା ଅଂଶ ଶୃଢଙ୍ଗରେ ଖସି ପଡ଼ିଥିଲା।  ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କ ତାହା ତଳେ ଚାପି ହୋଇ ଯାଇଥିଲେ। ସୂଚନାଯୋଗ୍ୟ, ମୁମ୍ୱାଇ ମେଟ୍ରୋର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।

By amfnews

Related Post