Fri. Oct 16th, 2026

ମୃତ୍ୟୁର ୩ ମାସ ପରେ ପାକିସ୍ତାନରୁ ଘରକୁ ଫେରିଲା ଭାରତୀୟ ଧୀବରଙ୍କ ମୃତଦେହ

815 Views

ଉନା: ଗୁଜୁରାଟର ଉନାସ୍ଥିତ ଏକ ପରିବାର ଲୋକଙ୍କ ସହ ଯେଉଁଭଳି ଭାବେ ଦୁଃଖଦ ଘଟଣା ଘଟିଯାଇଛି ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାକିସ୍ତାନର କରାଚିଠାରେ ଥିବା ଜେଲ୍‌ରେ ଭାରତୀୟ ଧୀବର ନାନୁଭାଇ କାନଭାଇ ସୋଲାଙ୍କିଙ୍କର ଗତ ସେପ୍ଟେମ୍ବରରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟିବାର ଦୀର୍ଘ ୩ ମାସ ପରେ ଶନିବାର ସୋଲାଙ୍କିଙ୍କ ମୃତ ଶରୀର ଗୁରୁରାଟର ଉନ୍ନାଠାରେ ଥିବା ତାଙ୍କ ଘରକୁ ଆସିଛି।

ନାନୁଭାଇଙ୍କୁ ପାକିସ୍ତାନନର ମାରିଟାଇମ୍‌ ଅଥରିଟିଜ୍‌ ଗତ ବର୍ଷ ନଭେମ୍ବର ମାସରେ ଗିରଫ କରିଥିଲା। ନିଜ ଦେଶ ଛାଡ଼ି ପଡ଼ୋଶୀ ଦେଶର ପାଣିଲେ ବୁଲି ବୁଲି ମାଛ ଧରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ନାନୁଭାଇଙ୍କ ମୃତ ଶରୀର ଫେରି ଆସିବା ପରେ ପୂରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ପୂରା ଗ୍ରାମବାସୀ ନାନୁଭାଇଙ୍କ ପାଇଁ ଶୋକ ମନାଇଛନ୍ତି। ‘ଆଶା କରୁଛୁ ଯେ ପାକିସ୍ତାନ ଆଉ ଆଗକୁ ଏପରି କରିବ ନାହିଁ। ଆମର ମତ୍ସ୍ୟଜୀବୀମାନଙ୍କୁ ବିନା କାରଣରେ ବନ୍ଦୀ ମନାଇବ ନାହିଁ। ନାନୁଭାଇଙ୍କର ଉପଯୁକ୍ତ   ଦେଖାଶୁଣା ହୋଇନଥିବା ହେତୁ ତାଙ୍କର ମୃତ୍ୟୁ ଘଟିଛି’ ବୋଲି ଗାଁ ସରପଞ୍ଚ ମତ ଦେଇଛନ୍ତି।

By amfnews

Related Post