Thu. May 21st, 2026

ମୁହଁ ଖୋଲିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

272 Views

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନରେ ହେରଫେର ନେଇ ପ୍ରତିବାଦ କରିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅଞ୍ଚଳରୁ। ମୃତକଙ୍କ ନାଁ ପ୍ରତାପ ଭୂତିଆ। ତାଙ୍କ ଘର ଗଁନ୍ଦିଆର ଭୂତିଆ ସାହିରେ।

ମୃତକଙ୍କ ଭାଇ, ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ଇନ୍ଦିରା ଆବାସ ଗୃହ ବଣ୍ଟନ ବେଳେ ବାରମ୍ବାର ପ୍ରତାପଙ୍କ ନାଁ କାଟି ଦିଆଯାଇଥିଲା । ଏନେଇ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକମାନେ ତାଙ୍କୁ ନିସ୍ତୁକ ପିଟିଥିଲେ। ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଗଁନ୍ଦିଆ ଥାନା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

By amfnews

Related Post