Sat. Apr 25th, 2026

ମୁସଲ୍‌ମାନ ରାଷ୍ଟ୍ର ଆଫଗାନିସ୍ତାନରେ ହିନ୍ଦୁ ଇତିହାସ: ସୂର୍ଯ୍ୟ, ଶିବ ଓ ଗଶେଣଙ୍କ ମନ୍ଦିର ସ୍ଥାନରେ ଠିଆ ହୋଇଛି ମସ୍‌ଜିଦ୍‌

328 Views

ଏବେ ଆଫଗାନିସ୍ତାନ ଏକ ସଂପୂର୍ଣ୍ଣ ମୁସଲ୍‌ମାନ ଦେଶ ବୋଲି କହିଲେ ଭୁଲ୍‌ ହେବ ନାହିଁ। ମାତ୍ର ସମୟ ଥିଲା ଯେବେ ସେଠାରେ ହିନ୍ଦୁ ଓ ବୈଦ୍ଧ ଧର୍ମର ଲୋକେ ବସବାସ କରୁଥିଲେ। ହିନ୍ଦୁମାନଙ୍କ ଧର୍ମଶାସ୍ତ୍ର ମହାଭାରତରେ ଗାନ୍ଧାରୀ ନାମ୍ନୀ ଚରିତ୍ର ଜଣକ ଏହି ଦେଶର ରାଜକୁମାରୀ ଥିଲେ। ଏବେ ଗାନ୍ଧାରୀଙ୍କ ଜନ୍ମସ୍ଥାନ ଗାନ୍ଧାର ସହରର ନାମ ପରିବର୍ତ୍ତିତ ହୋଇ କନ୍ଧହାର ହୋଇ ଯାଇଛି।

୯୮୦ ଖ୍ରୀଷ୍ଟାବ୍ଧ ସମୟରେ ଆଫ୍‌ଗାନିସ୍ତାନରେ ଅଧିକାଂଶ ହିନ୍ଦୁ ହିଁ ରହୁଥିଲେ। ସେଠାକାର ଲୋକେ ଶିବଙ୍କ ଉପରେ ବିଶ୍ୱାସ କରନ୍ତି। ଏକ ସମୟ ଥିଲା, ଯେତେବେଳେ ସେଠାରେ ମାଳ ମାଳ ଶିବ-ପାର୍ବତୀ ମନ୍ଦିର ଦେଖିବାକୁ ମିଳୁଥିଲା। ଚାରିଆଡ଼େ ଶୁଭୁଥିଲା ଶିବ ମନ୍ତ୍ର, ନାମ ଓ ଭଜନ।

ଆଫକାନିସ୍ତାରନରେ ଆଜି ବି ସୂର୍ଯ୍ୟ ମନ୍ଦିର ଓ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଇସ୍‌ଲାମବାଦ୍‌ ୟୁନିଭରସିଟିର ପ୍ରଫେସର ଅବଦୁଲ ରେହମାନ ସେ ସମୟ ଆଧାରରେ ଲେଖିଥିବା ପୁସ୍ତକରେ ଅନେକ ହିନ୍ଦୁ ଇତିହାସ ସ୍ଥାନ ପାଇଛି।

ଲେଖକ ତାଙ୍କ ପୁସ୍ତକରେ ଆହୁରି ବି ଲେଖିଛନ୍ତି ଯେ ଏବେ ବୁଖାରା ନାମରେ ପରିଚିତ ସ୍ଥାନକୁ ଏକଦା ଶାହା ବିହାର ନାମରେ ଲୋକେ ଜାଣୁଥିଲେ। ତାହାକୁ ଜଣେ ହିନ୍ଦୁ ରାଜା ଶାସନ କରୁଥିଲେ। ସେହିପରି ଏକଦା ଆଫଗାନିସ୍ତାନର ପ୍ରାନ୍ତଃ କେନ୍ଦୁଜକୁ ଜଣେ ହିନ୍ଦୁ ରାଜା ଶାସନ କରୁଥିଲେ।

ପୂର୍ବରୁ ଆଫଗାନିସ୍ତାନ ଏକ ବିଭିନ୍ନ ଧର୍ମର ରାଷ୍ଟ୍ର ଥିଲା। ବିଶେଷ କରି ହିନ୍ଦୁ ଓ ବୈଦ୍ଧ ଧର୍ମୀମାନେ ବେଶି ଦେଖା ଦେଉଥିଲେ। ମାତ୍ର ଏକାଦଶ ଶତାବ୍ଦୀ ବେଳକୁ ଅନେକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇ ଥିଲା ଓ ଅନେକ ହିନ୍ଦୁ ମନ୍ଦିରକୁ ମସ୍‌ଜିଦର ରୂପ ଦିଆଯାଇ ଥିଲା।

By amfnews

Related Post