Sun. Jul 12th, 2026

ମୁମ୍ବାଇ: ପାରେଲ୍‌ସ୍ଥିତ କ୍ରିଷ୍ଟାଲ୍‌ ଟାଓ୍ଵାର୍‌ ଅଗ୍ନିକାଣ୍ଡରେ ଚାରି ମୃତ; ୧୪ ଆହତ

278 Views

ମୁମ୍ବାଇ: ବୁଧବାର ସକାଳେ ମୁମ୍ବାଇ ଅନ୍ତର୍ଗତ ପାରେଲ୍‌ ଅଞ୍ଚଳରେ ଥିବା କ୍ରିଷ୍ଟାଲ୍‌ ଟାଓ୍ଵାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୪ ଜଣଙ୍କର ଜୀବନହାନି ଘଟିବା ସହ ୧୪ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ଜଣେ ମହିଳା।

ହିନ୍ଦ୍‌ମାତା ସିନେମା ନିକଟରେ ଅବସ୍ଥିତ ଏହି ଟାଓ୍ଵାର୍‌ରେ ଲାଗିଥିବା ନିଅାଁ ଲିଭାଇ ଦିଆଯାଇଛି।

ନିଅାଁ ଲିଭାଇବାକୁ ୨୦ଟି ଦମକଳ ଯାଇଥିଲେ। କର୍ତ୍ତୃପକ୍ଷମାନେ ପ୍ରଥମେ ଅଗ୍ନିକାଣ୍ଡକୁ ଲେବେଲ୍‌-ଟୁ ବୋଲି ବର୍ଗୀକରଣ କରିଥିଲେ। କିନ୍ତୁ, ପ୍ରବଳ ହେବାରୁ ପରେ ଏହାକୁ ଲେବେଲ୍‌-ଫୋର୍‌କୁ ଉନ୍ନିତ କରାଯାଇଛି।

କେବଳ ୧୨ଶ ମହଲାରେ ନିଅାଁ ଲାଗିଥିଲା। ଅଟ୍ଟାଳିକାର ଶିଡ଼ିରେ ଧୂଅାଁ ଭରି ଯାଇଥିଲା। ଅଟ୍ଟାଳିକାର ବାସିନ୍ଦାମାନେ ଶିଡ଼ିରେ ଅଟକି ରହି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ କୋଠାରେ ପଶି ଅଟକି ରହିଥିବା ଲୋକମାନଙ୍କୁ ଖୋଜି ବାହାର କରୁଛନ୍ତି।

ଏହି ଆବାସିକ ଟାଓ୍ଵାର୍‌ରୁ ୧୬ ଜଣ ଲୋକଙ୍କୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇ କେଇଏମ୍‌ ଏବଂ ଗ୍ଲୋବାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି।
ସକାଳ ୮. ୩୨ ମିନିଟ୍‌ ସମୟରେ ଦମକଳ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ୮ଟା ୪୦ ମିନିଟ୍‌ରେ ପହଞ୍ଚିଥିଲେ।

By amfnews

Related Post