Sat. Jul 25th, 2026

ମୁଖ୍ୟମନ୍ତ୍ରୀ ହେବାକୁ ଫଡ଼ନବିସ ତରବର ହେବାରୁ ମହାରାଷ୍ଟ୍ରରେ ବିଜେପି ଡୁବିଗଲା: ଶିବସେନା

218 Views

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ପ୍ରତି ସମାଲୋଚନା ଚାଲୁ ରଖି ରବିବାର ଦିନ ଶିବସେନା କହିଛି ଯେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ତାଙ୍କର ବ୍ୟସ୍ତତା ଏବଂ ପିଲାଳିଆ ମନ୍ତବ୍ୟ ରାଜ୍ୟରେ ବିଜେପିର ପତ୍ତନକୁ ବାଟ କଢ଼େଇଲା ଏବଂ ତାଙ୍କୁ ବିରୋଧୀ ଦଳର ନେତା କରାଇଲା।

ମୁଖପତ୍ର ‘ସାମନା’ରେ ଶିବସେନା କହିଛି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାର ଏବଂ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ହାତ ମିଶାଇ ଠିକ୍‌ କରିଛନ୍ତି। ଏବେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ କ୍ଷମତାସୀନ ହୋଇଥିବା ସରକାରକୁ ମହାରାଷ୍ଟ୍ର ରାଜ୍ୟର ଲୋକେ ଏବଂ ଦେଶବାସୀ ମଧ୍ୟ ତିନି ଦଳର ମେଣ୍ଟକୁ ଗ୍ରହଣ କରିଛନ୍ତି।

ଶିବସେନା କହିଛି ଯେ ଫଡ଼ନବିସଙ୍କୁ ସମର୍ଥନ କରିବା ଲାଗି ଏନ୍‌ସିପି ନେତା ଅଜିତ ପାଓ୍ଵାରଙ୍କ ନିଷ୍ପତ୍ତି ଶଦର ପାଓ୍ଵାରଙ୍କ ଯୋଜନା ବୋଲି କହୁଥିବା ଲୋକେ ଏବେ ପାଓ୍ଵାର୍‌ଙ୍କୁ ସମର୍ଥନ କରୁଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଷିଆରିଙ୍କୁ ମଧ୍ୟ ଶିବସେନା ସମାଲୋଚନା କରିଛି। ରାଜ୍ୟରେ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଦେବାକୁ ଫଡ଼ନବିସ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଏନ୍‌ସିପି ନେତା ଅଜିତ ପାଓ୍ଵାରଙ୍କୁ ସେ ସହଯୋଗ କରିଥିଲେ।

By amfnews

Related Post