Thu. May 21st, 2026

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଲେ ରାଜ୍ୟପାଳ ଜଗଦୀପ ଧନଖଡ଼

228 Views

କୋଲକାତା:ସିଟି ଅଫ୍ ଜୟ କୋଲକତାରେ ଆୟୋଜିତ ପଞ୍ଚମ ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବର ସମାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁପସ୍ଥିତିକୁ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ଯଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇଥାନ୍ତେ ଏବଂ ସହଯୋଗ କରିଥାନ୍ତେ, ତେବେ ବହୁତ ଭଲ ହୋଇଥାନ୍ତା। ରାଜ୍ୟ ସରକାର ଏଥିରେ ସକ୍ରିୟ ସହଯୋଗ ଦେଇଥିଲେ ସେ ଅଧିକ ଖୁସି ହୋଇଥାନେ ବୋଲି ବି କହିଥିଲେ। ଏହାକୁ ନେଇ ରାଜନୀତି କରାଯିବା ଠିକ୍ ନୁହେଁ। ରାଜନୀତି କେବଳ ନିର୍ବାଚନ ସମୟରେ ହେବା ଉଚିତ ।

ଏହି ଅବସରରେ ଏଭଳି ବିଜ୍ଞାନ ମହୋତ୍ସବର ଆୟୋଜନ ଦେଶର ଅଗ୍ରଗତିରେ ସହାୟକ ହୋଇଥାଏ ବୋଲି କହିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ବିଜ୍ଞାନ ଓ ଔଦ୍ୟୋଗିକୀ ବିଭାଗ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

By amfnews

Related Post