Fri. Jun 26th, 2026

ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଲା ସୁନ୍ଦରଗଡ ସାମ୍ବାଦିକ ସଂଘ

444 Views

ରାଉରକେଲା, ୩ା୮  : ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୁନ୍ଦରଗଡ ସାମ୍ବାଦିକ ୟୁନିଅନ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୃତ ସାମ୍ବାଦିକ ସଂଜୟ ରାଉଳଙ୍କ ଝିଅର ଉନ୍ନତ ଚିକିତ୍ସା ପାଇଁ ଅନୁରୋଧ କାରାଯାଇଛି । ଚଳିତ ବାହୁଡା ଯାତ୍ରା ଦିନ ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଠାରେ ସାମ୍ବାଦିକତା କରୁଥିବା ସଂଜୟ ରାଉଳଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ତାଙ୍କ ଝିଅ ଶ୍ରୀମୟୀ ସାଶ୍ୱତୀ ରାଉଳ (୧୧) ମଧ୍ୟ ସେହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବର୍ତ୍ତମାନ ଭବୁନେଶ୍ୱର ସ୍ଥିତ ଆମ୍ରି ଘରୋଇ ନର୍ସିଂହୋମରେ ଚିକିତ୍ସାଧିନ ଅଛନ୍ତି । ସ୍ୱର୍ଗତ ରାଉଳ ଆପଣଙ୍କ ସରକାର ଦ୍ୱାରା ପ୍ରଦତ୍ତ ବୀମା ସୁବିଧା ନେଇ ପାରିନଥିଲେ । ସେ ବ୍ଲକ ସ୍ତରରେ ସାମ୍ବାଦିକତା କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ବର୍ତ୍ତମାନ ତାଙ୍କ ଝିଅ ଆଇସିୟୁର ଭେଣ୍ଟିଲେଟରରେ ରହିଛନ୍ତି । ଏଥିପାଇଁ ପ୍ରତିଦିନ ଅନେକ ଅର୍ଥର ଆବଶ୍ୟକ ହେଉଥିବା ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ।

ତେଣୁ ସୁନ୍ଦରଗଡ ସାମ୍ବାଦିକ ୟୁନିୟନ ସଭାପତି ସତ୍ୟାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି କାଳୀପ୍ରସାଦ ମହାପାତ୍ର, ସାଧାରଣ ସଂପାଦକ ଅନୀଲ ମହାନ୍ତିଙ୍କ ସମତେ ସତ୍ୟାନନ୍ଦ ବେହେରା, ବସନ୍ତ ଧଳ, ଉପେନ୍ଦ୍ର ବଘାର, ଗଣେଷ ସାହୁ, ବାପି ପାଲ, ଭବିତ ଚୌହ୍ୱାନ ପ୍ରମୁଖ ଉପସ୍ତିତ ରହି ଅତିରିକ୍ତ ଜିଲ୍ଲାପାଳ ମୋନୀଷା ବାର୍ନାଜୀଙ୍କୁ ମୁଖ୍ୟମନ୍ତ୍ରୀ ଉଦେ୍ଧଶ୍ୟରେ ଅନୁରୋଧପତ୍ର ପ୍ରଦାନ କରିଛନ୍ତି ।

Related Post