Fri. Jul 3rd, 2026

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ କହିଲେ ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ଶୁଣିବାକୁ ଓ ଦେଶକୁ ସମର୍ଥନ ଦେବାକୁ ଆସିଛି’

347 Views

ମୁମ୍ବାଇ: ପିତା ଶିଳ୍ପପତି ମୁକେଶ ଅମ୍ବାନୀ କିଛି ଦିନ ପୂର୍ବେ ମୁମ୍ବାଇ ଦକ୍ଷିଣ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓ୍ଵଡ଼ାଙ୍କୁ ସମର୍ଥନ କରିଥିଲେ। ଏବେ ମୁକେଶଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ସଭାରେ ଦେଖିବାକୁ ମିଳିଥିଲା। ଅନନ୍ତ ଅବଶ୍ୟ ଶ୍ରୋତାମାନଙ୍କ ମଧ୍ୟରେ ଥିଲେ। ସେ ଦର୍ଶକମାନଙ୍କ ମଧ୍ୟରେ ପ୍ରଥମ ଲାଇନରେ ବସିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ମୁମ୍ବାଇର ବାନ୍ଦ୍ରାର କୁର୍ଲା କଂପ୍ଲେକ୍‌ସରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏଠାରେ ଅନନ୍ତ ଏକ ମରାଠୀ ଚାନେଲରେ କଥାବାର୍ତ୍ତା ଥିବା ବେଳେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ଶୁଣିବାକୁ ଓ ଦେଶକୁ ସମର୍ଥନ ଦେବାକୁ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ସାଧାରଣ ସଭାରେ ଉଦ୍‌ବୋଧ ଦେଇ କହିଥିଲେ,ଯେଉଁ ପାର୍ଟି କ୍ଷମତାକୁ ଆସୁଛି ଓ ଆପଣ ଭୋଟ୍‌ ଜରିଆରେ ତା’କୁ ଶକ୍ତ କରିପାରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏବେ ଗୋଟିଏ ପ୍ରଶ୍ନ ଯେ ୨୦୧୪ ତୁଳନାରେ ବିଜେପି ୨୦୧୯ ଅଧିକ ଭଲ ପ୍ରଦର୍ଶନ କରୁଛି ଓ ଅଧିକ ସଂଖ୍ୟାରେ ଜିତୁଛି କି ନା?

By amfnews

Related Post