Mon. Sep 7th, 2026

ମିସେଲଙ୍କୁ ପଚରାଉଚରା ପରେ ଆସିପାରେ ଅନେକ ବଡ଼ ବଡ଼ ନେତା ଓ ଅଧିକାରୀଙ୍କ ନାମ

232 Views

ନୂଆଦିଲ୍ଲୀ, ଡିସେମ୍ବର ୦୬ : କେନ୍ଦ୍ରୀୟ ତଦନ୍ତ ସଂସ୍ଥା ‘ସିବିଆଇ’ କ୍ରିଷ୍ଟିଆନ ମିସେଲକୁ ରିମାଣ୍ଡରେ ନେଇଛି । ମିସେଲଙ୍କୁ ପଚରାଉଚରା ବେଳେ ଅନେକ ବଡ଼ ବଡ଼ ନେତା ଓ ଅଧିକାରୀଙ୍କ ନାମ ସାମ୍ନାକୁ ଆସିପାରେ ବୋଲି ପୂର୍ବାନୁମାନ କରାଯାଉଛି । ମିସେଲ ଭାରତରେ ଅସ୍ତ୍ର କାରବାର ପାଇଁ ଦୀର୍ଘ ୨୫ ବର୍ଷ ହେବ ସଂପର୍କ ରଖିଛି । ସିବିଆଇ ସନ୍ଦେହ କରିଛି, ପ୍ରିତିରକ୍ଷା ମନ୍ତ୍ରାଳୟର କିଛି ଅଧିକାରୀ ମିସେଲଙ୍କ ସହିତ ସଂପର୍କ ରଖିଥାଇ ପାରନ୍ତି । ମିସେଲଙ୍କୁ ଭାରତ ଅଣାଯିବା ପରେ ପୂର୍ବତନ ବାୟୁ ସେନା ମୁଖ୍ୟ ଏସପି ତ୍ୟାଗୀଙ୍କ ବ୍ୟତୀତ ଅନ୍ୟ ବଡ଼ ଖେଳାଳି ମଧ୍ୟ ଫୋକସରେ ଅଛନ୍ତି, ଯେଉଁମାନେ ୩,୭୨୭ କୋଟି ଟଙ୍କା କାରବାରକୁ ଇଟାଲି କାରଖାନା ଅଗୁସ୍ତା ୱେଷ୍ଟଲାଣ୍ଡ ପକ୍ଷରେ ବଡ଼ ଭୂମିକା ନିଭାଇ ଥିଲେ ।

ମିସେଲଙ୍କ କଥିତ ନୋଟ ଅନୁସାରେ, ଯାହାକି ଇଟାଲିର କୋର୍ଟଙ୍କ ରାୟ ଥିଲା, କୁହାଯାଇଥିଲା ଯେ, ୩୦ ମିଲିୟନ ୟୁରୋ (ପାଖାପାଖି ୨୪୦ କୋଟି ଟଙ୍କା) ଭାରତୀୟ ଅଧିକାରୀ ଏବଂ ବାୟୁସେନା ଅଧିକାରୀ ମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ବଜେଟ ବାବଦରେ ଏକ ଶୀର୍ଷକ ସହିତ ୨୦୦୮ରେ ମିସେଲଙ୍କ ଲଣ୍ଡନସ୍ଥିତ କାର୍ଯ୍ୟାଳୟରେ ଏହି ନୋଟ ଲେଖାଯାଇଥିଲା । ଏଥିରେ କିଛି ପଦକୁ ସଟ ଫର୍ମରେ ଲେଖାଯାଇଥିଲା । ଉଦାହରଣ ସ୍ୱରୂପ ଡିସିଏଚ, ପିଡିଏଚଆର, ଡିଜି ମେଣ୍ଟ, ଏଫଟିଟି ଆଦି ।

ନୋଟରେ ଉଲ୍ଲେଖ ଥିଲା ଯେ, ୬ ମିଲିୟନ ୟୁରୋ (ପାଖାପାଖି ୪୮ କୋଟି ଟଙ୍କା) ବାୟୁସେନା ପାଇଁ, ୮.୪ ମିଳିୟନ ୟୁରୋ ବ୍ୟୁରୋକ୍ରାଟ୍ସଙ୍କ ପାଇଁ, ୩ ମିଲିୟନ ୟୁରୋ ଏପି ପାଇ ଏବଂ ୧୬ ମିଲିୟନ ୟୁରୋ ଫାମଙ୍କ ପାଇଁ ଉଦ୍ଧିଷ୍ଟ ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମିସେଲ ଅନେକ ସମୟରେ ଭାରତ ଆସୁଥିଲେ । ୧୯୯୩ରେ ମିସେଲ ପାଖାପାଖି ୧୦୦ରୁ ଅଧିକ ଥର ଭାରତ ଆସିଥିଲେ । ମନ୍ତ୍ରାଳୟ ଏବଂ ରାଜନୈତିକ ନେତାଙ୍କ ସହିତ ମଧ୍ୟ ତାଙ୍କର ସଂପର୍କ ରହିଛି । ସିବିଆଇକୁ ଖବର ମିଳିଛି ଯେ, ରକ୍ଷାମନ୍ତ୍ରାଳୟର ଗୋପନୀୟ ଫାଇଲ ମଧ୍ୟ ମିସେଲଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିଲା । ଏଥିରେ ସିସିଏସ (କ୍ୟାବିନେଟ କମିଟି ଅନ ସିକ୍ୟୁରିଟି) ଫାଇଲ ମଧ୍ୟ ସାମିଲ ଥିଲା ।

By amfnews

Related Post