Wed. Sep 2nd, 2026

ମିଶନ ରାଉରକେଲା ପକ୍ଷରୁ ସି୩ଏଲ୍ ଷ୍ଟାଡିୟମରେ ସଫେଇ

267 Views

ରାଉରକେଲା, ୩୦ା୧୦ : ସହରର ଅଗ୍ରଣୀ ଅନୁଷ୍ଠାନ ମିଶନ ରାଉରକେଲା । ଏହି ଅନୁଷ୍ଠାନ ମାସର ପ୍ରତ୍ୟେକ ରବିବାର ଦିନ ସହରରେ ଥିବା ସ୍ଥାନମାନଙ୍କରେ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମମାନ କରିଆସୁଛି । ଏହିକ୍ରମରେ ଆଜି ମିଶନ ପକ୍ଷରୁ ଛେଣ୍ଡ ଆର୍ଡିଏ କଲୋନୀ ସ୍ଥିତ ସି୩ଏଲ୍ ଠାରେ ଥିବା ଷ୍ଟାଡିୟମରେ ଆଜି ସଫେଇ ଅଭିଯାନ କରାଯାଇଛି ।

ଏହି ସଫେଇ ଅଭିଯାନ ଅନୁଷ୍ଠାନ ସଭାପତି ବାବୁ ଖାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୌରଭ ଜୟସ୍ୱାଲ, ସୁଦେଶ ବାରିକ, ତାପସ ସ୍ୱାଇଁ, ରତ୍ନଦୀପ କୌର, ମାନସୀ ଦାସ, ଝରଣା ନାୟକ, ସୁଚିସ୍ମିତା ମହାନ୍ତି, ପଲ୍ଲବୀ ସାହୁ, ସରୋଜ ନନ୍ଦ, ନିରଞ୍ଜନ ବେହେରା, ସୋନୁ କାସିମ, ଅଭିଳାଷ ସାହୁ, ଜ୍ଞାନ ଷଡଙ୍ଗୀ, ସାଗର ଆଚାର୍ଯ୍ୟ, ସଂଗ୍ରାମ ନାୟକ, ବାବୁ ମହାରଣା, ପ୍ରଜ୍ଞାଲିସା ନାୟକ, ଦ୍ୱାରିକା ନାୟକ, ଅନିରୁଦ୍ଧ, ନିଶା ଓ ବିଭୂ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post