Sun. May 17th, 2026

ମିନିଟ୍ରକ୍‌ ଓଲଟି ୧୩ ଆହତ

259 Views

ରାଉରକେଲା, ୧୬/୧୧: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗରୀ ନିକଟରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ମିନିଟ୍ରକ୍‌ରେ ଥିବା ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କଉ ଉଦ୍‌ଦାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇତିବା ବେଳେ ସେମାନଙ୍କ ମଧ୍ରରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତକାଲି ରାତିରେ କୋଇଡ଼ାରେ ଏକ କାର୍ଯ୍ୟକ୍ରମ ଯୋଗଦେଇ ପ୍ରାୟ ୩୦ ଜଣ ଲୋକ ଏକ ମିନିଟ୍ରକରେ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିଲେ। ତେବେ ଭାଲୁଡୁଙ୍ଗୁରୀ ନିକଟରେ ଟ୍ରକ୍‌ର ପଛ ଚକ ଫାଟି ଯାଇଥିଲା। ଫଳରେ ଦୃତଗତିରେ ଯାଉଥିବା ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ସେହି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥଲେ।

By amfnews

Related Post