Wed. Sep 30th, 2026

ମିଡିଆ ଉପରେ ରାଗିଯାଇ ଏଚ ଡି କୁମାରସ୍ୱାମୀ କହିଲେ ‘ଆମେ କ’ଣ ଆପଣଙ୍କୁ କାର୍ଟୁନ ଭଳି ଲାଗୁଛୁ?’

342 Views

ନୂଆଦିଲ୍ଲୀ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମିଡିଆ ଉପରେ ବର୍ଷିଥିଲେ। ଏଚ ଡି କୁମାରସ୍ୱାମୀ ନିଉଜ୍‌ ଚାନେଲମାନଙ୍କରେ ପ୍ରଦର୍ଶିତ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି କଠୋର ଆଇନ୍‌ ପ୍ରଣୟନ ଆବଶ୍ୟକତା ରହିଛି।

କୁମାରସ୍ୱାମୀ ଆହୁରି ମଧ୍ୟ କହିଥିଲେ ଯେ ମିଡିଆ ନେତାମାନଙ୍କ ନାଆଁର ଦୁରୂପଯୋଗ କରୁଛି। ଏଣୁ ଏଥିପାଇଁ ଏକ ଆଇନ୍‌ ପ୍ରଣୟନ ଲାଗି ଭାବୁଛନ୍ତି ବୋଲି ବି ସେ କହିଛନ୍ତି।ସେ ରାଗିଯାଇ ପ୍ରଶ୍ନ କରିଥିଲେ ଆପଣ (ମିଡିଆ)ଙ୍କୁ କ’ଣ ଲାଗୁଛି ଆମେ ବେକାର?ଆମେ କ’ଣ ଆପଣଙ୍କୁ କାର୍ଟୁନ ଭଳି ଲାଗୁଛୁ?ଆପଣଙ୍କୁ ପ୍ରତ୍ୟେକ କଥାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଖାଇବାର ଅଧିକାର କିଏ ଦେଲା?ଆହୁରି ମଧ୍ୟ କହିଥିଲେ ଯେ ମିଡିଆର ଦାୟିତ୍ୱହୀନତା ରିପୋର୍ଟିଂ କାରଣରୁ ପ୍ରାୟ ଏକ ମାସ ହେବ ସାମ୍ବାଦିକମାନଙ୍କ ସହ କଥା ହେବା ବନ୍ଦ କରି ଦେଇଛନ୍ତି।

ସେ ଆହୁରି ବି କହିଥିଲେ ଯେ ଯଦି ଟିଭି ଚାନେଲ ମାନଙ୍କରେ କୌଣସି ଭଲ ଖବର ଦେଖାଇବାକୁ ନାହିଁ,ତେବେ ସେମାନେ ଚାନେଲ୍‌ ବନ୍ଦ କରିଦେବା ଉଚିତ। ଏହି ଅବସରରେ କୁମାର ସ୍ୱାମୀ ଦୃଢୋକ୍ତି କରିଥିଲେ ଯେ ଜେଡିଏସ୍‌ -କଂଗ୍ରେସ ମେଣ୍ଟ ପାଞ୍ଚବର୍ଷର ଶାସନ କାଳ ପୂରଣ କରିବ।

By amfnews

Related Post