Sat. Apr 25th, 2026

ମା ଦୁର୍ଗା ଉନ୍ନୟନ କମିଟିର ବୈଠକ

339 Views

ଯାଜପୁର,୧୪/୮:ମା ଦୁର୍ଗା ଆଞ୍ଚଳିକ ଉନ୍ନୟନ କମିଟି ଦୁର୍ଗାପୁରର ଏକ ବୈଠକ ଦୁର୍ଗା ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟି ସଭାପତି କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ନୂତନ ମନ୍ଦିର ନିର୍ମାଣ କରୁଥିବା ବିଶ୍ୱକର୍ମା କାରିଗର ଜୟଦେବ ମଣ୍ଡଳଙ୍କ ଆକସ୍ମିକ ମୃତ୍ୟୁରେ ଉପସ୍ଥିତ ସମସ୍ତ ସଭ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ୨ ମିନିଟ ନୀରବ ପ୍ରାର୍ଥନ କରିଥିଲେ । ସଂପାଦକଙ୍କ ତରଫରୁ କୋଷାଧ୍ୟକ୍ଷ ଶ୍ରୀଧର ସାହୁ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ ।

ପରେ ନୂତନ ସଭ୍ୟ ଭାବରେ ସର୍ବଶ୍ରୀ ଗଜେନ୍ଦ୍ର ବେହେରା, ବିଶ୍ୱନାଥ ରଥ, ରାକେଶ ପ୍ରଧାନ, ଅଭୟ ନାୟକ, ମାନସ ରଂଜନ ବିଶ୍ୱାଳ, ଜନାର୍ଦ୍ଦନ, ସତ୍ୟାନନ୍ଦ ନାୟକ, ସୁକାନ୍ତ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ମଲିକ, ଦିଲ୍ଲିପ କୁମାର ନାଥ, ଇନ୍ଦ୍ରମଣୀ ମହାନ୍ତିଙ୍କୁ ଗ୍ରହଣ କରାଗଲା । ନୂତନ ମନ୍ଦିରର ଅଗ୍ରଗତି ସମ୍ପର୍କରେ ବିସଦ ଆଲୋଚନା କରାଗଲା । ମନ୍ଦିର ସମ୍ମୁଖରେ ଏକ ୧୦୦ ବର୍ଗଫୁଟର ନାଟମଣ୍ଡପ ଆଗାମୀ ୧ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସଭ୍ୟ ତଥା ଯାଜପୁର ରୋଡ ଥାନା ଅଧିକାରୀ ଅମିତାଭ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ ।

ଆଞ୍ଚଳିକ ଉନ୍ନୟନ ଓ ମନ୍ଦିରର ଯାବତୀୟ କାର୍ଯ୍ୟକୁ ଶୃଙ୍ଖଳିତ ଉପାୟରେ ପରିଚାଳନା କରିବା ପାଇଁ ଏକ କୋର କମିଟି ଗଠନ କରାଗଲା । ସର୍ବଶେଷରେ ସଭ୍ୟ ବେଣୁଧର ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବୈଠକରେ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ତପନ କୁମାର ଷଢଙ୍ଗୀ, କମିଟିର ସଭାପତି ଚନ୍ଦ୍ରମଣୀ ଦାସ, ସହ ସଂପାଦକ ଶଶାଙ୍କ ଶେଖର ଦାସ, ଦିଲ୍ଲିପ କୁମାର ପାଢୀ, ଡାକ୍ତର ବିଜୟ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

By amfnews

Related Post