Sat. Oct 3rd, 2026

ମା’ ଅମ୍ବିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

324 Views

ବାରିପଦା : ପବିତ୍ର ଦୁର୍ଗାପୂଜା ଅବସରରେ ସଜେଇ ହୋଇଛି ବାରିପଦା ସହରର ମା’ ଅମ୍ବିକାଙ୍କ ପୀଠ। ଧୂପ, ଦୀପ, ଫୁଲହାର ଓ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ପ୍ରତିମା।

ରୀତିନୀତି ଓ ପରମ୍ପରା ଅନୁଯାୟୀ ମା’ଙ୍କର ନବରାତ୍ର ପୂଜା ସହ ବିଭିନ୍ନ ବେଶ କରାଯାଉଛି। ବାରିପଦାର ଅଧିଷ୍ଠାତ୍ରୀ ଗ୍ରାମ ଦେବତୀ କୁହାଯାଉଥିବା ମା’ ଅମ୍ବିକାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି। ନବରାତ୍ର ବେଳେ ମା’ଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

By amfnews

Related Post