Thu. Sep 3rd, 2026

ମାୟାବତୀ ଓ ଅଖିଳେଶ ଯାଦବଙ୍କ ମୁଣ୍ଡରେ ସିବିଆଇର ଖଣ୍ଡା !

337 Views

ନୂଆଦିଲ୍ଲୀ   : ଉତ୍ତର ପ୍ରଦେଶରେ ବିଧାନସଭା ଉପନିର୍ବାଚନର ତାରିଖ ଖୁବ ଶୀଘ୍ର ଘୋଷିତ ହେବ। ଏହା ଆଗରୁ ବିଏସି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମସ୍ୟା ବଢ଼ିବ ବୋଲି କୁହାଯାଉଛି। ଏ ଦୁଇ ନେତାଙ୍କ ବିରୋଧରେ ଦୁର୍ନୀତି ମାମଲାର ଯାଞ୍ଚ କରୁଛି ସିବିଆଇ।
ବିଏସପି ସୁପ୍ରିମୋ ମାୟାବତୀଙ୍କ ବିରୁଦ୍ଧରେ ୧୧୦୦ କୋଟି ଟଙ୍କାର ଚିନି ମିଲ୍‌ ଦୁର୍ନୀତି ମାମଲା ରହିଛି। ଏଥିରେ କେତେକ ଅସାଧୁ ଅଫିସର ଓ ରାଜନେତାମାନଙ୍କ ସହିତ ସେ ଜଡ଼ିତ ଥିବା ଜଣାଯାଇଛି। ସରକାରୀ ସଂପତ୍ତି ବିକ୍ରି ମାମଲରେ ବିଏସପି ସୁପ୍ରିମୋ ମାୟାବତୀଙ୍କ ପୂର୍ବତନ ସଚିବ ନେତାରାମ ଫସିଛନ୍ତି। ଅପରପକ୍ଷରେ ବେଆଇନ୍ ବାଲି ଖନନ ମାମଲାରେ ଅଖିଳେଶ ଯାଦବଙ୍କ ସମେତ ଛଅ ଜଣ ଅଧିକାରୀଙ୍କ ସଂପର୍କରେ ତଦନ୍ତ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଖିଳେଶ ଯାଦବଙ୍କ ସଂପର୍କରେ ଉପରେ ସିବିଆଇ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କାରଣ ତାଙ୍କ ସମୟରେ ହୋଇଥିବା ଇ-ଟେଣ୍ଡର ନିୟମରେ ଅନେକ ନିୟମର ଉଲ୍ଲଂଘନ ହୋଇଛି। ଏଣେ ନେତା ରାମଙ୍କ ବୟାନ ଉପରେ ମାୟାବତୀଙ୍କ ଭବିଷ୍ୟତ ନିର୍ଭର କରୁଛି।

By amfnews

Related Post