Sat. Oct 3rd, 2026

ମାଡ଼ ମାରି ରାସ୍ତାରେ ଫୋପାଡ଼ି ଦେଲେ!

338 Views

ବ୍ରହ୍ମପୁର,୧୬/୧୧: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବେଲଗାଁ ରାସ୍ତା କଡ଼ରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଶାଶୂ ଘର ଲୋକେ ତାଙ୍କୁ ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଉଦ୍ଧାର ମହିଳାଙ୍କ ଶାଶୂ ଘର ବେଲଗାଁରେ ବୋଲି ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସ୍‌ ମହିଳାଙ୍କ ଶାଶୂ ଏବଂ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post