Wed. Sep 23rd, 2026

ମାଡ଼ି ଦଳି ନଷ୍ଟ କଲେ ହାତୀପଲ

225 Views

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ସମରକଟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି।  ଗତକାଲି ରାତିରେ ଚାଷ ଜମିରେ  ହାତୀ ପଲ ପଶି ବହୁ ଧାନ ଫସଲ ମାଡ଼ି ଦଳି ନଷ୍ଟ କରିଛନ୍ତି। ଏଥିଯୋଗୁ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଫସଲ ନଷ୍ଟ କରିବା ପରେ ହାତୀପଲ ନିକଟସ୍ଥ କମର୍ଦ୍ଧା ଜଙ୍ଗଲକୁ ଫେରି ଯାଉଛନ୍ତି। ତେବେ ଏବର୍ଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ  ହୋଇଯାଇଥିବାରୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

By amfnews

Related Post