Thu. Jun 11th, 2026

ମାସୁଦ ଆଝାର ଅସୁସ୍ଥ, ଭାଇ ଅସଘର ଚଳାଉଛି ଜୈସ୍‌-ଇ-ମହମ୍ମଦ

238 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ପାଇଁ ପାକିସ୍ତାନ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାରକୁ ଜେଲ୍‌ରୁ ମୁକ୍ତ କରି ଦେଇଥିବା ଖବର ହସ୍ତଗତ ହେବା ପରେ ଆଝାର ସଂପର୍କିତ ଏକ ବିଶେଷ କଥା ଜାଣିବାକୁ ମିଳିଛି। ଶୀର୍ଷ ସ୍ତରୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ, ମାସୁଦ୍‌ ଆଝାର ଏବେ ସଂଗଠନର କଥା ବୁଝୁ ନାହିଁ। ମାସୁଦ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଜୈସ୍‌ର ସମସ୍ତ ଦାୟିତ୍ୱ ବହନ କରୁଛି ମାସୁଦର ଭାଇ ଅବ୍‌ଦୁଲ୍‌ ରଫ୍‌ ଅସଘର।

ଜାତିସଂଘ ଦ୍ୱାରା ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଘୋଷିତ ହୋଇଥିବା ଆଝାରର ଗତ ଫ୍ରେବୁଆରିରେ ବାଲାକୋଟଠାରେ ଜୈସ୍‌ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଦ୍ୱାରା ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌ ପରେ ଅସୁସ୍ଥ ହୋଇ ପଡ଼ିଥିବା ଜାଣିବାକୁ ମିଳିିଛି।

ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଆଝାର କେବେ ବି କୌଣସି ଅପରେସନରେ ସାମୀଲ୍‌ ହେଉନଥିଲା ବରଂ ସେ ତାଙ୍କ ସଂଗଠନର ପ୍ରଧାନ ପ୍ରେରଣାଦାୟକ ଭାବେ ପରିଚିତ। ସଂଗଠନ ସମ୍ଭାଳିବାରେ ମାସୁଦର ଭାଇ ଅସଘର୍‌ର ମୁଖ୍ୟ ଭୂମିକା ରହିଛି।

By amfnews

Related Post