Mon. Oct 5th, 2026

ମାସକର ଦରମା ସହ ଲକ୍ଷେ ଟଙ୍କା ଦେଲେ ଆନ୍ଧ୍ର ରାଜ୍ୟପାଳ

356 Views

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ମୁକାବିଲା ପାଇଁ  ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟୁଛି। ଏପରି ସ୍ଥିତିରେ କରୋନାର ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ପି.ଏମ. କେୟାରସ ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଏହାସହ ଏହି ବେମାରୀକୁ ରୋକିବା ପାଇଁ ସମସ୍ତେ ଲକ୍‌ଡାଉନ୍‌କୁ  କଡ଼ାକଡ଼ି ପାଳନ କରିବା ସହ ଗାଇଡ଼୍‌ଲାଇନକୁ ମାନିବାକୁ ଆନ୍ଧ୍ର ରାଜ୍ୟପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

By amfnews

Related Post