Sat. May 16th, 2026

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌

285 Views

ରାୟଗଡ଼ା : ରାୟଗଡା-କୋରାପୁଟ କେଆର ଲାଇନରେ ପୁଣି ଗୋଟିଏ ମାଲବାହୀ ଟ୍ରେନ୍‌ ଆଜି ରାତିରେ ଲାଇନଚ୍ୟୁତ୍‌ ହୋଇଛି। ରାତି ପ୍ରାୟ ସାଢ଼େ ୧୦ଟାରେ ଲେଲିଗୁମ୍ମା ଷ୍ଟେସନ ନିକଟରେ ଟ୍ରେନର ଦୁଇଟି ଡବା ରେଳ ଧାରଣା ବାହାରକୁ ଚାଲି ଯାଇଛି। ଗତ ୧୫ଦିନ ମଧ୍ୟରେ ଏହା ତୃତୀୟ ଘଟଣା। ହୀରାଖଣ୍ଡ ଏକ୍ସପ୍ରେସ ଏବଂ ରାଉରକେଲା ଇଣ୍ଟରସିଟି ଟ୍ରେନ ଅତିକ୍ରମ କରିବା ପରେ ଏହି ଦୁର୍ଘଟଣା ଘଟିଛି। ଯାହାଫଳରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।

ଯଦି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ନାହିଁ ତାହାହେଲେ ଆସନ୍ତାକାଲି ସକାଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି। ବିଶେଷ କରି ସକାଳୁ ସକାଳୁ ଯାଉଥିବା ଟ୍ରେନ୍‌ ଗୁଡ଼ିକ ବାତିଲ କିମ୍ବା ଅନ୍ୟ ରୁଟ୍‌ରେ ଚଳାଚଳ କରିବାର ସମ୍ଭାବନା ରହିଛି। ତେବେ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରି ନାହିଁ। ଆସନ୍ତାକାଲି ରେଳବାଇ ଟିମ୍‌ ପହଞ୍ଚି ଉଦ୍ଧାର କରିବେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଏହି ଅଘଟଣ ପରେ ଦୀର୍ଘ ସମୟ ଧରି ରାୟଗଡା ଷ୍ଟେସନରେ ସାଇରନ ବାଜିବାରୁ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ।

By amfnews

Related Post