Fri. Oct 16th, 2026
336 Views

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅ ମା’କୁ ଜୀଅନ୍ତା ଜାଳି ଦେଇଛି।  ମାଲକାନଗିରି ଜିଲ୍ଲା  ମୋଟୁ ଥାନା ଅନ୍ତର୍ଗତ ଏମପିଭି-୫୫ ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ତାପସ ମଣ୍ଡଳ ନାମକ ବ୍ୟକ୍ତି ପ୍ରତିଦିନ ମଦ ପିଇ ଘରକୁ ଆସି ପରିବାରର ଲୋକଙ୍କୁ ଗାଳିଗୁଲଜ କରିଥାଏ। ତାପସର ଏଭଳି ବ୍ୟବହାରରେ ନିଜ ସ୍ତ୍ରୀ ମଧ୍ୟ ତାକୁ ଛାଡି ଚାଲିଯାଇଥିବା ଜଣାପଡିଛି। ତେବେ ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ମଦ ପିଇ ଘରକୁ ଆସିବା ପରେ ମା’ ଗୀତା ମଣ୍ଡଳ ପୁଅ ତାପସକୁ ଗାଳିଗୁଲଜ କରିଥିଲା। ଏଥିରେ ତାପସ ରାଗି ଯାଇ ମା’କୁ ଏକ ପଥରରେ ମୁଣ୍ଡକୁ ପିଟି ଦେଇଥିଲା, ଯାହାଫଳରେ ମା’ ତଳେ ପଡି ଛଟପଟ ହୋଇଥିଲେ। ପୁଣି ରାଗ କମିନଥିଲା ଘର ପଛପଟୁ ପାଳକୁଟା ଆଣି ମା’ ଦେହରେ ପକାଇ ତାକୁ ନିଆଁ ଲଗାଇ ଦେଇଥିଲା। ମା’ ଜୀଅନ୍ତା ଜଳୁଥିଲେ ମଧ୍ୟ ପୁଅ ତାପସକୁ ଦୟା ଆସିନଥିଲା।

ତେବେ ମା’ର ଚିତ୍କାର ଶୁଣି ଏବଂ ନିଆଁ ଜଳଥିବା ଖବର ସାହିବାସିନ୍ଦା ପାଇବା ପରେ ଘଟଣାସ୍ଥଳକୁ ଦୌଡି ଆସିଥିଲେ କିନ୍ତୁ ସେତେବେଳକୁ ମା’ ଗୀତାର ମୃତ୍ୟୁ ହୋଇଯାଇଥିଲା। ସେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଘରର ବାରଣ୍ଡାରେ ପଡି ରହିଥିଲା। ତୁରନ୍ତ ସାହିବାସିନ୍ଦା ପୁଲିସକୁ ଖବର ଦେବା ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅଭିୟୁକ୍ତ ପୁଅ ତାପସ ଫେରାର ଥିବା ଜଣାପଡିଛି। ପୁଲିସ ତାପସକୁ ଖୋଜୁଥିବା ବେଳେ ଗ୍ରାମବାସୀ ଏବଂ ସାହିବାସିନ୍ଦାକୁ ପଚରାଉଚରା କରୁଛି।

By amfnews

Related Post