Sun. Oct 18th, 2026

ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭା ମୁଲତବି

220 Views

ଭୁବନେଶ୍ୱର : କାୟା ମେଲାଇବାକୁ ଲାଗିଛି କରୋନା। ରାଜ୍ୟରେ ଏ ଯାଏ କେହି ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସେମିନାର, ୱାର୍କସପ୍, ସମ୍ମିଳନୀ ଆଦି ବନ୍ଦ କରାଯାଇଥିବା ବେଳେ ଆଜି ବିଧାନସଭା ମୁଲତବି ଘୋଷଣା କରାଯାଇଛି।। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭା ମୁଲତବି ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି। ବଜେଟ ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି।

କରୋନା ପାଇଁ ବିଧାନସଭା ଅଧିବେଶନକୁ ସ୍ଥଗିତ ପ୍ରସ୍ତାବ ଆଣିଥିଲେ ସରକାର ଦଳ ମୁଖ୍ୟ ସଚେତକ। ଆସନ୍ତା ମାର୍ଚ୍ଚ ୨୯ ଯାଏ ବିଧାନସଭା ଅଧିବେଶନକୁ ସ୍ଥଗିତ କରିବା ପାଇଁ ମୁଖ୍ୟ ସଚେତକ ଆଜି ବିଧାନସଭାରେ ପ୍ରସ୍ତାବ ଆଣିଥିଲେ। ତେବେ  ବିଜେପି  ପକ୍ଷରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହାକୁ ବିରୋଧ କରିଥିଲା। କୋରନା ଆତଙ୍କ ସତ୍ତ୍ୱେ ସଂସଦ ଅଧିବେଶନ ଚାଲିଥିବାରୁ ବିଧାନସଭାକୁ କାହିଁକି ବନ୍ଦ କରାଯିବ ବୋଲି ସେ ପ୍ରଶ୍ନ କରିଥିଲେ। କିନ୍ତୁ କଂଗ୍ରେସ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲା। ଲୋକଙ୍କ ସୁରକ୍ଷା ଆଗ ଏବଂ ଏ ନେଇ ବିଜେପି ରାଜନୀତି ନ କରୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

By amfnews

Related Post