Sat. Oct 10th, 2026

ମାର୍କେଟିଂ ଆଳରେ ଘରୁ ଚୋରି ଉଦ୍ୟମ

214 Views

ପୁରୁଣା ଭୁବନେଶ୍ବର  : କସ୍‌ମେଟିକ୍‌ ସାମଗ୍ରୀ ମାର୍କେଟିଂ ବାହାନାରେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଦିବ୍ୟବିହାରର ଏକ ଘରେ ପଶି ଚୋରି ଉଦ୍ୟମ କରୁଥିବା ଯୁବକ/ଯୁବତୀଙ୍କୁ ପୁଲିସ ଅଟକ ରଖିଛି। ପୁଲିସ୍‌ ତାଙ୍କୁ ପଚରାଉଚରା ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, କସ୍‌ମେଟିକ୍‌ ସାମଗ୍ରୀ ବିକିବା ବାହାନାରେ ଉଭୟ ଆଜି ମଧ୍ୟାହ୍ନ ପ୍ରାୟ ୧ଟାରେ ଦିବ୍ୟବିହାର ଲେନ୍‌ ନଂ ୩‌ରେ ବୁଲୁଥିଲେ। ପ୍ଲଟ୍‌ ନଂ ୪୯୬‌‌‌ରେ ରହୁଥିବା ସନ୍ତୋଷ ସାମନ୍ତରାୟଙ୍କ ପତ୍ନୀ ସୁଜାତା ଘରେ ଏକା ଶୋଇଥିବାର ସୁଯୋଗ ନେଇ ସେମାନେ ଘର ଭିତରେ ପଶି ଡ୍ରେସିଂ ଟେବୁଲ ଡ୍ର ଓ ଆଲମିରା ଖୋଲି ଖୋଜାଖୋଜି କରୁଥିଲେ। ସେ ସମୟରେ ସୁଜାତାଙ୍କ ପୁଅ ଦେବାଶିଷ ଘରେ ପହଞ୍ଚି ଏହା ଦେଖି ପାଟି କରି ପଡ଼ୋଶୀଙ୍କୁ ଡାକିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଶ୍ରୀଲିଙ୍ଗରାଜ ଥାନା ଜିମା ଦେଇଥିଲେ।

By amfnews

Related Post