Sat. Oct 17th, 2026
369 Views

ଆସିକା :  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପାଳ ପକାଇ ଜାଳି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପୋଡ଼ି ଯାଉଥିବା ଦେଖି ଗ୍ରାମବାସୀ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା। ଅର୍ଦ୍ଧଦଗ୍ଦ ହୋଇଯାଇଥିବା ଯୁବକଙ୍କ ପାଟିରେ ରୁମାଲ ବନ୍ଧା ଯାଇଥିବା ବେଳେ କେବରେ ଏକ ସୁନା ଚେନ୍ ମଧ୍ୟ ରହିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯୁବକ ଜଣଙ୍କ ସେହି ଗାଁର ନୁହନ୍ତି। ସେହିପରି ଏହି ବ୍ୟକ୍ତି ଜଣଙ୍କୁ  ଅନ୍ୟ କେଉଁଠି ହତ୍ୟା କରାଯାଇ ଏଠାରେ ଆଣି ପୋଡ଼ା ଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ହତ୍ୟାର କାରଣ ବି ଅସ୍ପଷ୍ଟ ରହିଛି। କବିସୂର୍ଯ୍ୟନଗର ପୁଲିସ୍‌ ଏହି ଘଟଣାର ଛାନଭିନ୍ କରୁଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସେହି ସମାନ ସ୍ଥାନରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ।

By amfnews

Related Post