Thu. Jul 9th, 2026

ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

237 Views

ଜୟପୁର : ଆଜି ସଂଧ୍ୟାରେ ବୋରିଗୁମ୍ମା ଦାସିରି ସାହି ଛକ ନିକଟରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କୋଟପାଡର ଜଣେ ବ୍ୟବସାୟୀ ଆଜି ସଂଧ୍ୟାରେ ଜୟପୁରରୁ ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ବୋରିଗୁମ୍ମା ଠାରେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ସଂଧ୍ୟାରେ ବୋରିଗୁମ୍ମା ସହରରେ ଏକ ଶୋଭାଯାତ୍ରା ଯାଉଥିବା ବେଳେ ବ୍ୟବସାୟୀ ଆବର ହୁସେନ ଓରଫ  ସାବୁ ନିଜ କାରକୁ  ରାସ୍ତା କଡ଼ରେ ରଖି ଠିଆ ହୋଇଥିଲେ। ଏହି ସମୟରେ କିଛି ଲୁଟେରା ତାଙ୍କ କାରରୁ ଟଙ୍କା ଲୁଟ କରିଥିଲେ। ଏକ ଜନଗହଳିପୂର୍ଣ୍ଣ ଅଂଚଳରୁ ବ୍ୟବସାୟୀଙ୍କ କାରରୁ ଟଙ୍କା ଲୁଟି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟି ହୋଇଥିବା କୁହାଯାଉଥିବା ବେଳେ ପ୍ରକୃତରେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ବୋରିଗୁମ୍ମା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post