Sat. Apr 25th, 2026

ମାନସିକ ଭାବରେ କଶ୍ମୀର ଭାରତ ସହିତ ନାହିଁ: ଅଧୀର ରଞ୍ଜନ ଚୌଧୁରୀ

171 Views

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ ନୁହେଁ। ଗୁରୁବାର ରାତିରେ ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହଂ ମେହବୁବା ମୁଫତିଙ୍କ ବିରୋଧରେ ସରକାର ପିଏସଏ ଲାଗୁ କରିଛନ୍ତି। ପିଏସଏ ଆଧାରରେ ଏହି ଦୁଇ ନେତା ଏବେ ଦୁଇ ବର୍ଷ ପାଇଁ ଜେଲରେ ରହିବେ। ଏହାପରେ ଅଧୀର ରଞ୍ଜନ ଆଜି ସକାଳୁ ସରକାରକୁ ଏଭଳି ସମାଲୋଚନା କରିଛନ୍ତି।

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସଂସଦରେ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତି ବାବଦରେ ଟିପ୍ପଣୀ ଦେଇଥିଲେ। ଏହାପରେ ରାତିରେ ତାଙ୍କ ବିରୋଧରେ ପବ୍ଲିକ ସେଫ୍ଟି ଆକ୍ଟ (ପିଏସଏ) ଲାଗୁ କରାଯାଇଛି। କଶ୍ମୀର ଉପରେ ଏଭଳି ଶାସନ ଲାଗୁ କରିପାରିବେନି ସରକାର। ଭୌଗଳିକ ଭାବରେ କଶ୍ମୀର ଆମ ସହିତ ରହିଛି। ହେଲେ ମାନସିକ ଭାବରେ ନାହିଁ’ ବୋଲି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ।

By amfnews

Related Post