Mon. Sep 21st, 2026

ମାତ୍ର ୫୬୭ ଖଣ୍ଡ ଭୋଟରେ ହାରିଲେ କଂଗ୍ରେସର ତୁଣ୍ଡ ସୂର୍ଯ୍ୟେୱାଲା

312 Views

ନୂଆଦିଲ୍ଲୀ: ସବୁ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜି ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ବରିଷ୍ଠ ରାଜନେତା ରଣଦୀପ ସୂର୍ଯ୍ୟେୱାଲା ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି।

ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା। ଏଠାରେ ସେ ବିଜୟୀ ହେବେ ବୋଲି ସମସ୍ତେ ଆଶା ମଧ୍ୟ କରିଥିଲେ।

ଭୋଟ ଗଣତି ଆରମ୍ଭରୁ ସୂର୍ଯ୍ୟେୱାଲା ଲିଡ୍‌ କରୁଥିଲେ। ହେଲେ ୫ମ ରାଉଣ୍ଡ ପରେ ସ୍ଥିତି ବଦଳି ଯାଇଥିଲା। ସୂର୍ଯ୍ୟେୱାଲାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପି ନେତା ଲୀଲା ରାମ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ହେଲେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା। ଶେଷରେ ଲୀଲା ରାମ ମାତ୍ର ୫୬୭ ଖଣ୍ଡ ଭୋଟରେ ସୂର୍ଯ୍ୟେୱାଲାଙ୍କୁ ପରାସ୍ତ କରିଦେଇଥିଲେ। ଫଳାଫଳ ପ୍ରକାଶ ପରେ ସୂର୍ଯ୍ୟେୱାଲା ବିଜୟୀ ପ୍ରାର୍ଥୀ ଲୀଲା ରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୪ରେ ସୂର୍ଯ୍ୟେୱାଲା ଏହି ଆସନରେ ବିଜୟୀ ହୋଇଥିଲେ। ହେଲେ ଏଥର ଲୋକମାନେ ତାଙ୍କୁ ସମର୍ଥନ କରିନାହାନ୍ତି।

By amfnews

Related Post