Wed. Aug 5th, 2026

ମାଡି ଆସୁଛି କରୋନାର ଭିନ୍ନ ଭିନ୍ନ ଲହର, ଭୁବନେଶ୍ବରରେ ଆରମ୍ଭ ହେବ ଟିକା ନିର୍ମାଣ କାର୍ଯ୍ୟ

357 Views

ଭୁବନେଶ୍ବର, ମେ ୦୭ :

ବର୍ତ୍ତମାନର କୋଭିଡ ସଙ୍କଟ ଏବଂ ମହାମାରୀର ଭୟଙ୍କର ତୃତୀୟ ତରଙ୍ଗର ସମ୍ଭାବନା ମଧ୍ୟରେ ଭାରତରେ ଟିକା ଉତ୍ପାଦନ କ୍ଷେତ୍ର ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ରାଜ୍ୟସରକାର ଘୋଷଣା କରିଛନ୍ତି ଯେ ରାଜ୍ୟରେ ବହୁ ପ୍ରତୀକ୍ଷିତ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ଏହି ୟୁନିଟ୍ ଆସିବ ଏବଂ ଦେଶର ମନୋନୀତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସ୍ଥାନ ପାଇବ ବୋଲି କୁହାଯାଇଛି ।

ରାଜ୍ୟ ସରକାର ଓ ଇଡକୋର ଜମି ଆବଣ୍ଟନ ପ୍ରକ୍ରିୟାରେ ଅନ୍ଧାରୁଆରେ ଆରମ୍ଭ ହୋଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି।

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ବାୟୋ-ଟେକ୍ କାର୍ଯ୍ୟକାରୀ କମିଟି ବ ବୈଠକ ପରେ ଏହି ଘୋଷଣା କରାଯାଇଛି। ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ ପାଇଁ ଆବଶ୍ୟକ ଆଇନଗତ କ୍ଲିୟରାନ୍ସ ଏବଂ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ବିଶେଷ କରି କୋଭାକ୍ସିନ ଟିକା ଉତ୍ପାଦନ ଆରମ୍ଭ କରିବାକୁ ଜୁନ୍ ୨୦୨୨ ସୁଦ୍ଧା ରାଜ୍ୟସରକାର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ମୁଖ୍ୟ ଶାସନ ସଚିବ ମହାପାତ୍ର ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସ୍ଥାପନକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post