Wed. Oct 14th, 2026

ମାଟ୍ରିମୋନି ସାଇଟ୍‌ରେ ହିରୋ ସାଜି ଲୁଟୁଥିଲା ଇଜ୍ଜତ ଓ ଟଙ୍କା

263 Views

ଭୁବନେଶ୍ବର  : ମାଟ୍ରିମୋନି ସାଇଟ୍‌ରେ ହିରୋ ସାଜୁଥିଲା। କନ୍ୟାଙ୍କ ଚାହିଦା ଅନୁସାରେ ନିଜକୁ ସଜାଉଥିଲା। ବିବାହ ପ୍ରସ୍ତାବ ପକାଇ ଡେଟିଂରେ ଯାଉଥିଲା। ‌ସେଥିରେ କନ୍ୟାଙ୍କ ଇଜ୍ଜତ ସହ ଟଙ୍କା ଲୁଟି ଫେରାର୍‌ ହୋଇଯାଉଥିଲା। ଏଭଳି ଏକ ଧୂର୍ତ୍ତକୁ ଗିରଫ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଙ୍ଗାଲୁରୁ ପୁଲିସ। ଅଭିଯୁକ୍ତ ହେଉଛି, ସମ୍ବଲପୁରର ବିଭୁଦତ୍ତ ଦାଶ। ତାକୁ ଧରିବା ପାଇଁ ବେଙ୍ଗାଲୁରୁ ପୁଲିସ କମିସନରେଟ୍‌ ପୁଲିସର ସହାୟତା ଲୋଡ଼ିଛି। ତେବେ ବିଭୁ ପ୍ରଥମଥର ପାଇଁ ଏପରି କରିନାହିଁ। ଏପରି ଏକ ସମାନ ମାମଲାରେ ୨୦୧୮ ମସିହାରେ ମଧ୍ୟ ଜେଲ୍‌ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ପୁଣି ସେଇ ପୁରୁଣା ବେପାରରେ ମାତି ଯାଇଥିଲା। ଗତ କିଛି ଦିନ ତଳେ ସେ ପୁଣି ଏକ ଫେକ୍‌ ଆକାଉଣ୍ଟ ଖୋଲି ଅନ୍ୟ ଜଣେ ଯୁବତୀଙ୍କୁ ଲୁଟିଥିବା ବେଙ୍ଗାଲୁରୁ ପୁଲିସ ପାଖରେ ଅଭିଯୋଗ ହୋଇଛି। ତେବେ ବିଭୁ ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ବେଙ୍ଗାଲୁରୁ ପୁଲିସ ସନ୍ଦେହ କରି ଆଜି ଏଠାରେ ପହଞ୍ଚିଛି।

By amfnews

Related Post