Mon. Oct 5th, 2026

ମାଟି ତଳୁ ମିଳିଲା ପୁଳାପୁଳା ଔଷଧ

520 Views

ହାଟଡିହି : କେନ୍ଦୁଝର ହାଟଡିହି ବ୍ଲକ୍‌ ଅନ୍ତର୍ଗତ ଷଡ଼ଙ୍ଗ କଲେଜ ପଛପଟ ଡିମିରିଆ ଡେଙ୍ଗାବାହାଳି ପାଟରେ କେହି ଜଣେ ମଣିଷ ମାରି ପୋତିଦେଇଛି ବୋଲି ଏକ ଗୁଜବ ଆଜି ସକାଳୁ ସକାଳୁ ପ୍ରଚାରିତ ‌ହୋଇଥିଲା। ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ନନ୍ଦିପଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ପୁଳାପୁଳା ଔଷଧ ବାହାରି ଥିଲା। ପୁଲିସ କିଛି ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ଜବତ କରିବା ସହ ଅବଶିଷ୍ଟକୁ ସେଠାରେ ପୁଣି ପୋତି ଦେଇଛି।

ଏ ସଂପର୍କରେ ଥାନାଧିକାରୀଙ୍କୁ ପଚାରିବାରୁ, ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଔଷଧର ନମୁନାକୁ ପରୀକ୍ଷା କରିବା ପରେ ଘଟଣା କ’ଣ ଜଣାପଡ଼ିବ ବୋଲି କହିଛନ୍ତି।

By amfnews

Related Post