Wed. Sep 30th, 2026
299 Views

ଚାନ୍ଦବାଲି  :  ଭଦ୍ରକ ଜିଲ୍ଲା ଧାମରାରୁ ଏକ ‘ହ୍ୱେଲ ସାର୍କ’ ମାଛ ଧରାଯାଇଛି। ଏହାର ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହି ମାଛକୁ  କିଲୋ ପ୍ରତି ୭ ହଜାର ଟଙ୍କାରେ ବିକ୍ରି କରାଯାଇଛି। ଏହି ମାଛକୁ ଚେନ୍ନାଇର ଜଣେ ବ୍ୟବସାୟୀ କିଣିଛନ୍ତି। ମାଛଟିକୁ ଆଜି ତାଙ୍କ ନିକଟକୁ ପଠାଯାଇଛି। ଏହାକୁ ସେ ୭ ଲକ୍ଷ ୪୯ ହଜାର ଟଙ୍କାରେ କିଣିଥିବା ସୂଚନା ମିଳିଛି। ଗତକାଲି ରାତିରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଥିବା ବେଳେ ଏହି ମାଛ ଧରିଥିଲେ। ଆଜି ସକାଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ଧାମରାରେ ସେମାନେ ପୂର୍ବରୁ ‘ହ୍ୱେଲ୍‌ ସାର୍କ’ ମାଛ ଦେଖି ନ ଥିଲେ। ପ୍ରଥମ ଥର ଏହାକୁ ଦେଖି ସେମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ମାଛଟିକୁ କୂଳକୁ ଆଣିବା ଲାଗି ୧୫ରୁ ୧୬ ଜଣ ମତ୍ସ୍ୟଜୀବୀ ନିୟୋଜିତ ହୋଇଥିଲେ।

By amfnews

Related Post