Thu. Jun 11th, 2026

ମାଙ୍କଡ଼ ଆକ୍ରମଣରୁ ରକ୍ଷା ପାଇବାକୁ ଦୌଡ଼ି ପଳାଇ ଆସୁଥିବା ବେଳେ ଛାତରୁ ଖସିପଡ଼ିଲେ ମହିଳା, ଡାକ୍ତରଖାନାରେ ମୃତ୍ୟୁ

268 Views

ଯାଜପୁର: ଯାଜପୁର ଜିଲ୍ଲାରେ ଛାତରୁ ଖସି ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ବରିଲୋ ଗାଁର ଅରୁଣ ସ୍ୱାଇଁଙ୍କ ପତ୍ନୀ ଜୟନ୍ତୀ ସ୍ୱାଇଁ ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଭୟଭୀତ ହୋଇ ଜୟନ୍ତୀ ଦୌଡ଼ି ପଳାଇ ଆସୁଥିବା ବେଳେ ଛାତରୁ ତଳକୁ ଖସିପଡ଼ିଥିଲେ।

ଜୟନ୍ତୀ ତଳେ ପଡ଼ିଥିବାର ଦେଖି ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଜୟନ୍ତୀଙ୍କର ମୃତ୍ୟୁକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସେହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ମାଙ୍କଡ଼ମାନଙ୍କର ଉପଦ୍ରବ ଏବଂ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post