Sat. Apr 25th, 2026

ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମ୍ପନ୍ନ; ବଳି ପଡ଼ିଥିବା ପଶୁପକ୍ଷୀଙ୍କ ରକ୍ତରେ ଭିଜିଗଲା ରାଜପଥ

232 Views

ଭବାନୀପାଟଣା  :  ରବିବାର ପୂର୍ବାହ୍ନରେ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପ୍ରଥାମତେ ସମ୍ପନ୍ନ ହୋଇଛି। ଗତ ରାତିରେ ମନ୍ଦିରରେ ମହାବଳି ପରେ ଉତ୍ତର ଦ୍ୱାର ନିକଟରେ ଥିବା ବୁଢ଼ାରଜାଙ୍କ (ଭୈରବ) ସମ୍ମୁଖରେ ପୋଢ଼ ବଳି ଦିଆଯାଇଥିଲା। ପରେ ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣା ସହରର ପଶ୍ଚିମ ଦିଗରେ ଥିବା ଜେନାଖାଲ ଯାଏଁ ନିଆଯାଇଥିଲା।

ଆଜି ପାହାନ୍ତାରେ ଜେନାଖୋଲ ଠାରେ ବୋଦା ବଳି ଓ ପୂଜାପାଠ ପରେ ସକାଳ ୫: ୧୫ ମିନିଟ୍‌ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା।

ଛତରକୁ ମାନସିକ କରିଥିବା ଲୋକେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅସଂଖ୍ୟ ବୋଦା, ମେଣ୍ଢା ଓ କୁକୁଡ଼ା ବଳି ପକାଇଥିଲେ। କିନ୍ତୁ ବଳି ଉଦ୍ଦେଶ୍ୟରେ ଅଣାଯାଇଥିବା ପାରାଗୁଡ଼ିକୁ ଉଡ଼ାଇ ଦିଆଯାଇଥିଲା।

ପ୍ରତିବର୍ଷ ଭଳି ବଳି ପଡ଼ିଥିବା ପଶୁପକ୍ଷୀଙ୍କ ରକ୍ତରେ ଆଜି ମଧ୍ୟ ରାଜପଥର ସେ ଅଞ୍ଚଳଟି ଲାଲ୍‌ ପଡ଼ିଯାଇଥିଲା। ବଳି ପରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବାକ୍ଷଣି ମହାରଜା ଅନନ୍ତ ପ୍ରତାପ ଦେଓ ସପରିବାର ଛତରକୁ ବନ୍ଦାପନା କରି ମନ୍ଦିର ମଧ୍ୟକୁ ଘେନି ଯାଇଥିଲେ।ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ପ୍ରଶାସନ ତରଫରୁ ସମ୍ପୃକ୍ତ ଅଞ୍ଚଳରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

By amfnews

Related Post