Thu. Aug 20th, 2026

ମହେଶ ଭଟ୍ଟଙ୍କୁ ଭେଟି ଆଲିଆଙ୍କ ହାତ ମାଗିଲେ ରଣବୀର କପୁର୍‌

204 Views

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ପୂର୍ବରୁ ବହୁ ସତ-ମିଛ କଥା ଚର୍ଚ୍ଚା ହୋଇଛି। ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି ଏ କଥାଟି ଯଦିଓ ସତ ତେବେ ପୂର୍ବରୁ ଏହି ଯୋଡ଼ିଙ୍କର ବହୁ ବାର ମିଛ ବିବାହ ତାରିଖ ବି ଘୋଷଣା ହୋଇଛି। ସେ ଦୁହେଁ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ବହୁ ବାର ଗୁଜବ ପ୍ରଘଟ ହୋଇଛି।

ତେବେ, ଏହି ଗୁଜବଟି ଏବେ ସତ ହେବାକୁ ଯାଉଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଋଷି କପୁରଙ୍କ ସୁପୁତ୍ର ରଣବୀର ଆଲିଆଙ୍କ ହାତ ମାଗିବାକୁ ନିକଟ ଅତୀତରେ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ଭେଟିଛନ୍ତି। ଋଷି କପୁର ତାଙ୍କର ଚିକିତ୍ସା ସାରି ଦେଶକୁ ଫେରିଲେ ୨୦୨୦ ମସିହାରେ ରଣବୀର-ଆଲିଆ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ରହିଛି। ଉଲ୍ଲେଖଯୋଗ୍ୟ, ଋଷି କପୁର କର୍କଟ ରୋଗରେ ଆକ୍ରାନ୍ତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଗତ ଏପ୍ରିଲ୍‌ରେ ଡାକ୍ତରମାନେ ତାଙ୍କୁ କର୍କଟ ମୁକ୍ତ ଘୋଷଣା କରିଛନ୍ତି।

By amfnews

Related Post