Thu. Oct 1st, 2026

ମହୁଲପାଟି ପୂର୍ବ ସରପଞ୍ଚଙ୍କୁ ହତ୍ୟା, ମହିଳା ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୨ ଅଟକ

256 Views

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁରୁ ତୁରେକେ ଲା ରେଳ ‌ଷ୍ଟେସନ ଯିବା ରାସ୍ତାରେ ମହୁଲପାଟି ପଂଚାୟତର ପୂର୍ବ ସରପଂଚ ତଥା ପୂର୍ବ ସାଂସଦଙ୍କ ପ୍ରତିନିଧି ଦିଲୀପ ସାହୁ (୫୦)ଙ୍କୁ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ର ଓ କାଠଫାଳିଆ ସହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ରାଜନୈତିକ କାରଣରୁ ଦିଲୀପଙ୍କୁ ବର୍ତମାନର ସରପଂଚଙ୍କ ସ୍ୱାମୀ ସୁଶାନ୍ତ ସାହୁ, ଦିଅର ଶ୍ରୀକାନ୍ତ ସାହୁ, ତାଙ୍କ ବାପା ହେମନ୍ତ ସାହୁ ହତ୍ୟା କରିଥିବା ମୃତ ଦିଲୀପଙ୍କ ବାପା ଏବଂ ବଡ଼ଭାଇ ଅଭିଯୋଗ କରିଛନ୍ତି। ତୁରେକେଲା ଥାନା ପୁଲିସ, କଂଟାବାଞ୍ଜି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ନିରପେକ୍ଷ ତଦନ୍ତ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଶବ ଉଠାଇବା ସହ କଂଟାବାଞ୍ଜି ଡାକ୍ତରଖାନକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ପୁଲିସ ବର୍ତ୍ତମାନ ସରପଂଚଙ୍କ ସ୍ୱାମୀ ସୁଶାନ୍ତ ଏବଂ ଦିଅର ଶ୍ରୀକାନ୍ତଙ୍କୁ ତୁରେକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।

By amfnews

Related Post