Wed. Jul 15th, 2026

ମହିଳା ମାଓବାଦୀ ପିଙ୍କିଙ୍କ ଆତ୍ମସମର୍ପଣ

544 Views

ଫୁଲବାଣୀ : ସିପିଆଇ(ମାଓବାଦୀ) କେକେବିଏନ ସଂଗଠନର ସଦସ୍ୟା ସିଜୁ କହଁର(୨୦) ଓରଫ ପିଙ୍କି ଓରଫ ରିପୁ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସଂଗଠନରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିଲା। ସେଥି ନିମନ୍ତେ ପୁଲିସ ନିକଟରେ ଆତ୍ମସମର୍ପଣ କଲି ବୋଲି ପିଙ୍କି କହିଛନ୍ତି। ପିଙ୍କିଙ୍କ ଘର ଫିରିଙ୍ଗିଆ ଥାନା ଜାର୍ଗିସାରୁ ଗାଁରେ। ରାମେଶ୍ବର କହଁର ଓ ଲେସୁରି କହଁରଙ୍କ ଝିଅ ପିଙ୍କି ଗତ ୨୦୧୬ ମସିହା ନଭେମ୍ବର ୧୧ ତାରିଖରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ବିକାଶ ନାଁରେ ବିନାଶ ଓ ନିରୀହ ଲୋକଙ୍କୁ ହତ୍ୟା ଭଳି କାର୍ଯ୍ୟରେ ସେ ଅତିଷ୍ଠ ହେବା ସହ ତାଙ୍କ ପ୍ରତି କ୍ୟାମ୍ପ୍‌ରେ ହେଉଥିବା ନିର୍ଯାତନା କାରଣରୁ ସଂଗଠନ ଛାଡି ଥିବା ପିଙ୍କି କହିଛନ୍ତି। ସେ ବହୁବାର ସଂଗଠନ ଛାଡି ଆସିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ନଜରବନ୍ଦୀ କରି ରଖା ଯାଉଥିଲା। ଏମିତି କି ଅଧିକାଂଶ ସମୟରେ ମାଡ଼ପିଟ ମଧ୍ୟ କରା ଯାଉଥିଲା। ଗତକାଲି ତାରିଖରେ କୌଶଳକ୍ରମେ ସେ କ୍ୟାମ୍ପ ଛାଡି ଚାଲି ଆସିଥିଲା। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବ। ପରିବାର ସହ ଖୁସିର ରହିବ ବୋଲି ସେ କହିଛନ୍ତି।

ଗତ ୨୦୧୭ କଞ୍ଜନଲାଗୁ ଜଙ୍ଗଲରେ ଗୁଳି ବିନିମୟ ଓ ଏସଓଜି ଯବାନ ଲକ୍ଷ୍ମୀକାନ୍ତ ଜାନି ହତ୍ୟାକାଣ୍ଡ, ଗତ ୨୦୧୮ ଅକ୍ଟୋବର ୨ରେ ଗାଡିମାସ୍କା ଓ ଗଙ୍ଗଡପଟାରେ ଗୁଳି ବିନିମୟ ଘଟଣାରେ ପିଙ୍କି ସଂପୃକ୍ତ ଥିଲେ। ଗତ ଜାନୁଆରୀ ୬ ତାରିଖରେ ସୁଡ୍ରୁକୁମ୍ପା ଠିକା କ୍ୟାମ୍ପ ଧ୍ବଂସ ଓ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ମଲ୍ଲିକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣାରେ ପିଙ୍କିଙ୍କ ପ୍ରମୁଖ ଭୂମିକା ଥିଲା ବୋଲି କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ କହିଛନ୍ତି। ପିଙ୍କିଙ୍କୁ ଧରାଇ ଦେବାକୁ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

By amfnews

Related Post