Sat. Apr 25th, 2026

ମହିଳା ଚାଷୀଙ୍କ ଆତ୍ମହତ୍ୟା 

301 Views

ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ  ରେ ଜଣେ ୪୫ ବର୍ଷୀୟା ମହିଳା ଚାଷୀ  ଆତ୍ମହତ୍ୟା କରିଥିବା ଜଣାପଡିଛି |ମହିଳାଙ୍କ ନାମ ପଦ୍ମା ମୁଦୁଲି ,ସ୍ୱାମୀ ମାଧବ ମୁଦୁଲି ବୋଲି ଜଣାପଡିଛି |
ସୂଚନା ଅନୁଯାୟୀ ଶ୍ରୀରାମ ନାମକ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ପଦ୍ମା ଚାଷ ପାଇଁ ତିନି ଲକ୍ଷ ଟଙ୍କା ଋଣ ନେଇଥିଲେ |ସେଥିରେ ସେ ମାସକୁ ୧୬୬୦ ଟଙ୍କା ମାସିକ କିସ୍ତି ଦେଉଥିଲେ |ଚଳିତ ବର୍ଷା ପ୍ରବଳ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯିବାରୁ ସେ ମାସିକ କିସ୍ତି ଦେବାକୁ ଅସମର୍ଥ ହୋଇଥିଲେ ଯଦ୍ୱାରା କି ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ବାରମ୍ବାର ମାନସିକ ଚାପ ଦିଆଯାଇଥିଲା ଯାହା ଫଳରେ କି ସେ କୀଟନାଶକ ଔଷଧ ପିଇଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ତାଙ୍କ ସ୍ୱାମୀ ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା |ଦୁର୍ଭାଗ୍ୟ ବଶତଃ ଯିବା ରାସ୍ତାରେ ହିଁ ପଦ୍ମା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |
ଖଟିଗୁଡା ପୋଲିସ ଘଟଣାର ଖବର ପାଇ ଚିକିତ୍ସାଳୟରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

By amfnews

Related Post