Thu. Aug 13th, 2026

ମହିଳା ଏସଏସଜିଙ୍କୁ ବିନା ସୁଧରେ ମିଳିବ ଋଣ : ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

220 Views

ପୁରୀ, ଜାନୁଆରୀ ୦୫ : ମହିଳାଙ୍କ ବିକାଶରେ ରାଜ୍ୟର ବିକାଶ ସମ୍ଭବ। ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ମିଳିବ ବୋଲି ଆଜି ପୁରୀ ଠାରେ ମିଶନ ଶକ୍ତି ମହାସମାବେଶକୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫ ହଜାର ଟଙ୍କାର ସିଡ୍‌ ମନି ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ପୁରୀର ତାଳବଣିଆସ୍ଥିତ ସ୍ପୋର୍ଟସ କମ୍ପେକ୍ସ ପରିସରରେ ଆୟୋଜିତ ଏହି ମହିଳା ସମାବେଶ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତି ବ୍ଲକ୍‌ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ରାଜ୍ୟର ୭୦ ଲକ୍ଷ ସଶକ୍ତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଯାଇଥିିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତି କାର୍ଯ୍ୟକ୍ରମ ପାଇଁ ଆହୁୁରି ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀ ଠାରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ସୁଜାତା କାତ୍‌ିର୍କେୟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

By amfnews

Related Post