Fri. Jul 24th, 2026

ମହିଳା ଆଙ୍କର ପ୍ୟାଣ୍ଟ୍‌ ପିନ୍ଧିଥିବା ଦେଖି ଏହା କହିଲେ ମୌସୁମୀ ଚାଟାର୍ଜୀ

227 Views

ସୁରଟ, ଜାନୁଆରୀ ୨୨ : ନିକଟରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ପ୍ରଖ୍ୟାତ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ସୁରଟରେ ପହଞ୍ଚିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଯେଉଁଭଳି ପରାମର୍ଶ ଦେଲେ ,ତାହା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୌସୁମୀ ଚାଟାର୍ଜୀ ମହିଳା ଆଙ୍କରଙ୍କର ପୋଷାକ ଉପରେ ଟିପ୍ପଣୀ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ଆଙ୍କରଜଣକ ପ୍ୟାଣ୍ଟ ପିନ୍ଧିଥିଲେ। ଏହାକୁ ନେଇ ମୌସୁମୀ ତାଙ୍କୁ କହିଲେ ଏହି ଡ୍ରେସ୍‌ ଠିକ୍‌ ନୁହେଁ। ଆପଣ ଶାଢି ବା ଚୁଡିଦାର କୁର୍ତ୍ତା ପାଇଜାମା ପିନ୍ଧି କାର୍ଯ୍ୟକ୍ରମର ସଞ୍ଚାଳନ କରିବା ଉଚିତ। ତେବେ ଆଙ୍କର ଜଣକ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ମିଡିଆ ସାମ୍ନାରେ।

ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ମୌସୁମୀ ଚାଟ୍ଟାର୍ଜୀ କହିଥିଲେ ଯେ,ଜଣେ ଭାରତୀୟ ମହିଳା ହୋଇଥିବା କାରଣରୁ ଯୁବପୀଢିଙ୍କୁ ପରାମର୍ଶ ଦେବା କିଛି ଭୁଲ୍‌ ନୁହେଁ ତ ! ସେ ଭାରତୀୟ ଜନତା ପାର୍ଟିର ନେତ୍ରୀ ଭାବେ ନୁହେଁ, ବରଂ ଜଣେ ମାଆ ପରି ପରାମର୍ଶ ଦେଇଥିଲେ।

By amfnews

Related Post