Wed. Oct 7th, 2026

ମହିଳାଙ୍କ ଆତ୍ମହତ୍ୟା

294 Views

ପାଇକମାଲ,ନଭେମ୍ବର ୦୨: ପାଇକମାଲ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଭଡ଼ା ଘରୁ ବୁଧବାର ରାତିରେ ବେକରେ ରଶି ଲଗାଇ ଜଣେ ମହିଳା ମିନୁ ସୋନି (୨୪) ଆତ୍ମହତ୍ୟା କରିଛନ୍ତି। ସେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଚମନଲାଲ ସୋନିଙ୍କୁ ପ୍ରେମ ବିବାହ କରିଥିଲେ। ୨ଟି ପୁଅ-ଝିଅ ଅଛନ୍ତି। ଚମନଲାଲ ପାଇକମାଲ-ରାୟପୁର ମଧ୍ୟରେ ଚାଲୁଥିବା ଏକ ବସ ଡ୍ରାଇଭର ଅଟନ୍ତି। ପାରିବାରିକ ଅଶାନ୍ତିରୁ ମିନୁ ଆତ୍ମହତ୍ୟା କରିଥିବା ସଂଦେହ‌ ହୋଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି।

By amfnews

Related Post