Sun. Oct 18th, 2026

ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

251 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଥଖୋଲ ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାସନ୍ତୀ ମଲ୍ଲିକ।

ସୂଚନା ଅନୁସାରେ, ବାସନ୍ତୀ ୪ ବର୍ଷ ତଳେ ପଥଖୋଲ ଗାଁର ରଘୁନାଥ ମଲ୍ଲିକଙ୍କୁ ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ବିତି ଯାଇଥିଲେ ମଧ୍ୟ  ତାଙ୍କର କୌଣସି ପିଲା ଛୁଆ ହେଉ ନଥିବାରୁ ଗାଁର କିଛି ଲୋକ ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କଥା କହି ଆକ୍ଷେପ କରୁଥିଲେ। ତେଣୁ ସେ ମାନସିକ ଭାବେ ଚିନ୍ତିତ ରହୁଥିଲେ। ତେବେ ଗତକାଲି ବାସନ୍ତୀ କୌଣସି ବିଷାକ୍ତ ପଦାର୍ଥ ଖାଇ ନିଜ ଘର ବାରିପଟେ ଗୁରୁତର ଅବସ୍ଥାରେ ପଡ଼ିଥିବା ତାଙ୍କ ସ୍ୱାମୀ ଦେଖିଥିଲେ। ସଙ୍ଗେସଙ୍ଗେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ବାସନ୍ତୀଙ୍କ ସ୍ୱାମୀ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି। ବାସନ୍ତୀ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ, ଗ୍ରାମବାସୀ ଓ ପୁଲିସ୍‌ ସନ୍ଦେହ କରୁଛନ୍ତି।

By amfnews

Related Post